କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୯ରୁ ରାଜ୍ୟରେ ବର୍ଷା ସମ୍ଭାବନା!

କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୯ରୁ ରାଜ୍ୟରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର: ଓଡ଼ିଶା ଉପକୂଳର କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି ବୋଲି ଆଜି ସନ୍ଧ୍ୟାରେ କହିଛି ପାଣିପାଗ ଆକଳନ ସଂସ୍ଥା ସ୍କାଇମେଟ୍‌। ଆସନ୍ତା ୯ ତାରିଖ ବେଳକୁ ଏହି ଲଘୁଚାପଟି ଘନୀଭୂତ ହେବା ସହ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ପଡ଼ିବ ବୋଲି ଆକଳନ କରିଛି ସ୍କାଇମେଟ୍‌ ସଂସ୍ଥା। ଏହି ଲଘୁଚାପର ପ୍ରଭାବରେ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଅକ୍ଟୋବର ୧୧ ତାରିଖ ବେଳକୁ ଲଘୁଚାପଟି ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେବା ସହ ବଙ୍ଗୋପସାଗର ମଧ୍ୟରେ ଏହା ଦକ୍ଷିଣରୁ ଉତ୍ତର ଦିଗକୁ ଗତି କରି ଡିପ୍ରେସନ୍‌ କିମ୍ବା ଡିପ୍‌ ଡିପ୍ରେସନ୍‌ର ରୂପ ନେବାର ସମ୍ଭାବନା ରହିଛି। ଏଥିସହ ୧୨ ତାରିଖ ସୁଦ୍ଧା ଓଡ଼ିଶାର ଉତ୍ତର ଉପକୂଳ ଦେଇ ଏହା ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ ଓ ଜଗତସିଂହପୁର ପ୍ରଭୃତି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ଆକଳନ ସଂସ୍ଥା ସ୍କାଇମେଟ୍‌। ତେବେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ଲଘୁଚାପ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୌଣସି ସୂଚନା ଆଜି ସନ୍ଧ୍ୟା ସୁଦ୍ଧା ଜାରି କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe