୨୩ରେ ଲଘୁଚାପ, ୨୬ ଯାଏଁ ବର୍ଷା: ଫେରିବ ମୌସୁମୀ

ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ପ୍ରଭାବରେ ସୋମବାର ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା କ୍ରମଶଃ ବଙ୍ଗୋପସାଗରର ଉତ୍ତରପଶ୍ଚିମ ଦିଗକୁ ଗତି କରିବ।

rain

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ପ୍ରଭାବରେ ସୋମବାର ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା କ୍ରମଶଃ ବଙ୍ଗୋପସାଗରର ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ବର୍ଷା ହେବାକୁ ଥିବାରୁ ୧୯ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ୨୨ ତାରିଖ ଅର୍ଥାତ୍‌ ରବିବାର ପାଇଁ ମାଲକାନଗିରି, କୋରାପୁଟ, ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ପାଇଁ ମାଲକାନଗିରି, କୋରାପୁଟ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଅନୁଗୁଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଯିବାକୁ ବସିଥିବା ପାଣିପାଗ ବିଭାଗ ଆକଳନ କରିଛି। ୨୩ ତାରିଖ ବେଳକୁ ପଶ୍ଚିମ ରାଜସ୍ଥାନ ଓ କଚ୍ଛ ଅଞ୍ଚଳରୁ ମୌସୁମି ପ୍ରତ୍ୟାବର୍ତନ ପାଇଁ ପାଗ ଅନୁକୂଳ ହେଉଥିବା ଆକଳନ କରାଯାଉଛି। ଏଥିପାଇଁ ୫ ଦିନ ଧରି ସମ୍ପୃକ୍ତ ଅଞ୍ଚଳମାନଙ୍କରେ ବର୍ଷା ହେବ ବୋଲି କୁହାଯାଇଛି।   

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜି ସକାଳ ସୁଦ୍ଧା ଭଦ୍ରକରେ ସର୍ବାଧିକ ୪୫ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବରରେ ୨୯.୬, ସମ୍ବଲପୁରରେ ୨୭.୧, ସୁନ୍ଦରଗଡ଼ରେ ୨୩, ମାଲକାନଗିରିରେ ୨୨, କୋରାପୁଟ‌ରେ ଓ କନ୍ଧମାଳରେ ୨୧, ଯାଜପୁରରେ ୨୦, ଗଞ୍ଜାମରେ ୧୭ ମିମି ଓ ଭୁବନେଶ୍ବରରେ ୫.୮ ମିମି ବର୍ଷା ରେକର୍ଡ କରାଯାଇଛି। ଭଦ୍ରକରେ ଦିନର ସର୍ବାଧିକ ତାପମାତ୍ରା ୩୬.୬ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରରେ ୩୫.୭, କଟକରେ ୩୫ ଓ ଭଦ୍ରକରେ ସର୍ବନିମ୍ନ ୨୦. ଠଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି। ସକାଳଠାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଦାରିଙ୍ଗିପାଡ଼ି ଓ ସୋନପୁରରେ ୧୫ମିମି ଲେଖାଏ ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ୫.୪, ରାୟଗଡ଼ାରେ ୪.୨, ସମ୍ବଲପୁରରେ ୩.୫ ଓ ବଲାଙ୍ଗୀରରେ ୩.୨ ମିମି ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe