ଆଜି ଘୂର୍ଣ୍ଣିବଳୟ,୮ରେ ଲଘୁଚାପ; ତିନି ଦିନ ପ୍ରବଳ ବର୍ଷିବ

Advertisment

୯ରେ ବିସ୍ତୃତି ବର୍ଷା ହେବା ନେଇ ଅନୁମାନ, ପବନ ହେବନି, ବର୍ଷା ପ୍ରଭାବ ରହିବ

୯ରେ ବିସ୍ତୃତି ବର୍ଷା ହେବା ନେଇ ଅନୁମାନ, ପବନ ହେବନି, ବର୍ଷା ପ୍ରଭାବ ରହିବ

ଜାରି ରହିଛି ଲଗାଣ ବର୍ଷା: କାକଟପୁରରେ ସର୍ବାଧିକ

Image Courtesy of Mint

ଭୁବନେଶ୍ବର: ଆସନ୍ତା କାଲି ବୁଧବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହା ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଗୁରୁବାରଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ବିଶେଷକରି ୯ ତାରିଖରେ ରାଜ୍ୟରେ ବ୍ୟାପକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି ଯେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୫ ଦିନ ଯାଏ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ। ଗୁରୁବାର ସକାଳ ସୁଦ୍ଧା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ୪୮ଘଣ୍ଟା ଅର୍ଥାତ୍‌ ୮ତାରିଖ ସକାଳ ୮ଟାରୁ ୧୦ତାରିଖ ସକାଳ ୮ଟା ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଧା, ଭଦ୍ରକ, ଯାଜପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୧ ତାରିଖରେ ବି ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲ‌ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍‌ ପହିଲାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସ୍ବାଭାବିକ ଭାବେ ୯୭୩.୯ ମିମି ବର୍ଷା ହେବା କଥା। ଚଳିତବର୍ଷ ଏବେ ସୁଦ୍ଧା ୧୦୦୬.୭ ମିମି ହୋଇଛି, ଯାହାକି ୩% ଅଧିକ। ଭଦ୍ରକରେ ୨୦% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୪ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ନେଇ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦରେ ୯ ସେମି ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ଶାମାଖୁଣ୍ଟାରେ ୪, ବେତନଟୀରେ ୧ ସେମି ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଘୂର୍ଣ୍ଣିବଳୟ କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ କ୍ରମଶଃ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ୯ ତାରିଖରେ ଏହା ଉତ୍ତର ଆନ୍ଧ୍ର ଉପକୂଳ ସ୍ପର୍ଶ କରି ପଶ୍ଚିମ ଆଡ଼କୁ ଗତି କରିବ। ସମୁଦ୍ରରେ ଥିବା ବେଳେ ଗଭୀର ଅବପାତ ଅବସ୍ଥା‌ରେ ପବନର ବେଗ ଘଣ୍ଟା ପ୍ରତି ୬୦କିମି ରହିବ। ମାତ୍ର ସ୍ଥଳ ଭାଗରେ ପବନ ବେଶି ରହିବ ନାହିଁ। ତେବେ ଏନ୍‌ସିଏଚ୍‌ଡବ୍ଲୁଏଫ୍‌ ମଡେଲ୍‌ ଅନୁଯାୟୀ ଆନ୍ଧ୍ର ନୁହେଁ, ବରଂ ଓଡ଼ିଶା ଉପକୂଳ ଦେଇ ୧୨ତାରିଖରେ ଗଭୀର ଅବପାତ ପଶ୍ଚିମ ଆଡ଼କୁ ଯିବ। ଏହା ପ୍ରଭାବରେ ଆସନ୍ତା ୩ ଦିନ ଅର୍ଥାତ୍‌ ୮ ତାରିଖ ଯାଏ ରାଜ୍ୟରେ ବିକ୍ଷିପ୍ତ ବର୍ଷା‌ ହେବ। ସମୁଦାୟ ବର୍ଷା ହାରାହାରି ୨୦ ମିମି ରହିପାରେ। ପରବର୍ତ୍ତୀ ଦୁଇ ଦିନ ଅର୍ଥାତ୍‌ ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶା, ବିଶେଷକରି ଉତ୍ତର ଉପକୂଳରେ ୪୦ ମିମି, ଦକ୍ଷିଣରେ ୫୦ ମିମି ଓ ପଶ୍ଚିମରେ ୨୦ ମିମି ବର୍ଷା ହୋଇପାରେ। ୯ ତାରିଖରେ ଭୁବନେଶ୍ବର‌େ ମଧ୍ୟମଧରଣ ଏବଂ ୧୦ ଓ ୧୧ ତାରିଖରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି। ୧୨ରୁ ୧୪ତାରିଖ ମଧ୍ୟରେ ବର୍ଷା ପରିମାଣ ବଢ଼ିବ। ଉପକୂଳରେ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଦକ୍ଷିଣରେ ସବୁଠୁ ଅଧିକ ବର୍ଷା ହେବ। ଦ୍ବିତୀୟ ଲଘୁଚାପଟି ୧୨ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe