ନିମ୍ନମାନ ଛତୁଆ ପ୍ରସଙ୍ଗ: ୧୨୫ ଏସଏଚଜି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ

ନିମ୍ନମାନର ଛତୁଆ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଛନ୍ତି। ଆଉ ଏହାର ଉତ୍ତରରେ ପ୍ରଭାତୀ ପରିଡ଼ା କହିଛନ୍ତି, ନିମ୍ନମାନର ଛତୁଆ ଯୋଗାଣ କରୁଥିବା ଗ୍ରୁପଗୁଡ଼ିକୁ ନୋଟିସ ଜାରି କରାଯାଇଛି...

ଅଦ୍ୟତନ ହୋଇଛି
17q-00122

ଭୁବନେଶ୍ବର: ବିଧାନସଭାରେ ନିମ୍ନମାନର ଛତୁଆ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ  ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଛନ୍ତି। ଆଉ ଏହାର ଉତ୍ତରରେ ପ୍ରଭାତୀ ପରିଡ଼ା କହିଛନ୍ତି, ନିମ୍ନମାନର ଛତୁଆ ଏସଏଚଜି ଗ୍ରୁପ  ଯୋଗାଣ କରୁଛନ୍ତି।

୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଏଭଳି ଅଭିଯୋଗ ଆସିଛି । ଏନେଇ ୬୩ ଏସଡିପିଓଙ୍କ ସମେତ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ୧୪ ଡିସେମ୍ବରରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ଵର ଷ୍ଟେଟ ଫୁଡ୍ ଟେଷ୍ଟିଂ ଲାବରୋଟେରୀରେ ଛତୁଆ ନମୁନା ପରୀକ୍ଷା ହୋଇଥିଲା । ଏହି ପ୍ରସଙ୍ଗରେ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳର ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରାଯାଇଛି।

ଅଧିକ ପଢ଼ନ୍ତୁ: ରାଜ୍ୟରେ ମଦ ବିକ୍ରି ସହିତ ବଢୁଛି ଅବକାରୀ ରାଜସ୍ବ: ଅବକାରୀ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe