ଗଞ୍ଜାମରେ ନିମ୍ନମାନର ଔଷଧ, ପିପିଇ କିଟ୍‌ ଦିଆଯାଉଛି: ବିଜେପି

Advertisment
ଗଞ୍ଜାମରେ ନିମ୍ନମାନର ଔଷଧ, ପିପିଇ କିଟ୍‌ ଦିଆଯାଉଛି: ବିଜେପି

Bhrugu Buxipatra

ଭୁବନେଶ୍ୱର : ଗଞ୍ଜାମରେ କରୋନା ମୁକାବିଲାରେ ଥିବା ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍‌ କରି ଚାଲିଛି ବିଜେପି। ଆଜି ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ଗଞ୍ଜାମରେ କରୋନା ଚିକିତ୍ସା ପାଇଁ ନିମ୍ନମାନର ଔଷଧ ଓ ପିପିଇ କିଟ୍‌ ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏଥି ପାଇଁ ସେ ରାଜ୍ୟ ସରକାର ଓ ପ୍ରଶାସନକୁ ଦାୟୀ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଥିଲେ ଯେ ଗତ କିଛି ଦିନ ହେଲାଣି ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅକ୍ସିଜେନ ଅଭାବରୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି। ପରିଚାଳନାଗତ ତ୍ରୁଟି କାରଣରୁ ଡାକ୍ତରଖାନାରେ ୨୪ ଘଣ୍ଟିଆ ଡାକ୍ତରୀ ସେବା ମିଳୁନି। ଜିଲ୍ଲାରେ କୋଭିଡ୍‌ ଚିକିତ୍ସା ପାଇଁ ମାତ୍ର ୩୦୦ଟି ବେଡ୍ ରହିଥିବା ବେଳେ ଅକ୍ସିଜେନ ଅଭାବ ହେବା ଅତ୍ୟନ୍ତ ଚିନ୍ତାଜନକ। ସେହିପରି କୋଭିଡ୍ ଚିକିତ୍ସା ପାଇଁ ଯୋଗାଇ ଦିଆଯାଉଥିବା ଔଷଧ, ପିପିଇ କିଟ୍‌ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ରୋଗୀ ପ୍ରକୃତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛି। ଫଳରେ କ୍ରମଶଃ ଆକ୍ରାନ୍ତଙ୍କ ସ୍ଥିତି ଜଟିଳ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ନିୟମାନୁଯାୟୀ କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ, ଟେଷ୍ଟିଂ ସାମଗ୍ରୀ ଆଦି ସ୍ଥାନୀୟ ବିଡିଓ ଡାକ୍ତରଙ୍କୁ ଯୋଗାଇ ଦିଅନ୍ତି। କିନ୍ତୁ ବିଡିଓ ତାହା ଯୋଗାଉ ନ ଥିବାର ଜଣାପଡ଼ିଛି। ରୋଗୀଟି ଥରେ ସଙ୍ଗରୋଧ କେନ୍ଦ୍ରକୁ ଗଲା ପରେ ତାଙ୍କର ସ୍ଥିତି ସଂପର୍କରେ କେହି ହେଲେ ଜାଣି ପାରୁ ନାହାନ୍ତି। ଏପରିକି ଆକ୍ରାନ୍ତଙ୍କ ପରିବାର ସଦସ୍ୟ ମଧ୍ୟ କିଛି ଜାଣୁ ପାରୁ ନାହାନ୍ତି। ପରିବାର ସଦସ୍ୟ ପଚାରିଲେ ତାଙ୍କୁ ବିଭିନ୍ନ ଆଳ ଦେଖାଇ କିଛି କୁହାଯାଉ ନାହିଁ। ସମସ୍ତ କୋଭିଡ୍‌ କେନ୍ଦ୍ର ଓ ଡାକ୍ତରଖାନାରେ ସିସି ଟିଭି ଲଗାଯାଉ ଏବଂ ଏମିତି କିଛି ଅଭିଯୋଗ ଆସିଲେ ପ୍ରଶାସନ ଓ ରାଜ୍ୟ ସରକାର ତାହାର ତଦନ୍ତ କରି ସତ କ’ଣ ଜଣାନ୍ତୁ। ନଚେତ୍ ବ୍ୟବସ୍ଥା ଉପରେ ସନ୍ଦେହ ଆହୁରି ଅଧିକ ଦୃଢ଼ ହେବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe