ଶୁଖିଲା ପଡ଼ିଛି ଲୋୟର ସୁକତେଲ୍‌: ଜଳଭଣ୍ଡାର ପ୍ରୋଟୋକଲ୍‌ ଭାଙ୍ଗିଲା

ବଲାଙ୍ଗୀର ଜିଲ୍ଲାର ଜୀବନଧାରା ଲୋୟର ସୁକତେଲ୍‌ ପ୍ରକଳ୍ପ ସବୁବେଳେ ଚର୍ଚ୍ଚାରେ। ନିର୍ବାଚନ ପୂର୍ବରୁ ହେଉ କି ପରେ, ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟକାରିତାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

sdsdsdc

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନଧାରା ଲୋୟର ସୁକତେଲ୍‌ ପ୍ରକଳ୍ପ ସବୁବେଳେ ଚର୍ଚ୍ଚାରେ। ନିର୍ବାଚନ ପୂର୍ବରୁ ହେଉ କି ପରେ, ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟକାରିତାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପୂର୍ବରୁ ଏହି ପ୍ରକଳ୍ପ ୨୦୨୪ ଖରିଫ୍‌ରେ ଆଂଶିକ ଏବଂ ୨୦୨୫ ଖରିଫ୍‌ରେ ସମ୍ପୂର୍ଣ୍ଣ ଜଳସେଚନ ସୁବିଧା ଉପଲବ୍ଧ ହେବ ବୋଲି ଘୋଷଣା ହେଲା। ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ସହ ନିର୍ଦ୍ଧାରିତ ୧ ଲକ୍ଷ ଏକର ଜମିକୁ ପାଣି ଏବଂ ୭୦ ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ମଧ୍ୟ ଟାର୍ଗେଟ୍‌ ରହିଥିଲା। କିନ୍ତୁ ବର୍ତ୍ତମାନ ଜଳଭଣ୍ଡାର ସ୍ଥିତି ଦେଖିଲେ ଆଗକୁ ଏହି ପ୍ରକଳ୍ପ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନା ନାହିଁ, ସେ ନେଇ ଆଶଙ୍କା ଉପୁଜିଛି।

ଜଳଭଣ୍ଡାର ପ୍ରୋଟୋକଲ୍‌ ଭାଙ୍ଗିଲା  
୨୦୨୫ ଖରିଫ୍‌ରେ ସମ୍ପୂର୍ଣ୍ଣ ଜଳସେଚନ ସୁବିଧା ମିଳିବା ନେଇ ଆଶଙ୍କା

ଲୋୟର୍‌ ସୁକ୍‌ତେଲ୍‌ ଜଳଭଣ୍ଡାରର କ୍ଷମତା ୩୨ ହଜାର ହେକ୍ଟର ମିଟର୍‌। ଏଥିରେ ସର୍ବୋଚ୍ଚ ୨୧୦ ମିଟର୍‌ ପାଣି ରହିବା କ୍ଷମତା ରହିଛି। କିନ୍ତୁ ନଦୀବନ୍ଧ ପ୍ରୋଟୋକଲ୍‌ ଅନୁସାରେ ତିନି ବର୍ଷ ପରେ ଅର୍ଥାତ୍‌ ୨୦୨୬-୨୭ ମସିହାରେ ହିଁ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ହୋଇପାରିବ। ପ୍ରଥମ ତିନିବର୍ଷ ପ୍ରୋଟୋକଲ୍‌ ଅନୁସରଣ କରି ଜଳ ଗଚ୍ଛିତ ଓ ୧୨ଟି ଗେଟ୍‌ରେ ନିଷ୍କାସନ କରାଯିବ ବୋଲି ସ୍ଥିର ହୋଇଥିଲା। ଏହି ଆଧାରରେ ପ୍ରଥମ ବର୍ଷ ଏକ ତୃତୀୟାଂଶ ଗଭୀର ପାଣି ରଖାଗଲା। ହେଲେ ଚଳିତ ବର୍ଷ ସାରା ଜଳଭଣ୍ଡାର ଶୁଖିଲା ପଡ଼ିଛି। ଦୁଇ ତୃତୀୟାଂଶ ପାଣି ରହିବା ବଦଳରେ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଅଞ୍ଚଳ ଟାଙ୍ଗରା ପଡ଼ିଛି। ପୂର୍ବ ବର୍ଷ ଭଳି ଏଥର ବର୍ଷା କମ୍‌ ହେଲେ ଜଳଭଣ୍ଡାର ପୂରିବା ସମ୍ଭାବନା କ୍ଷୀଣ। ଅନ୍ୟପକ୍ଷରେ, ପୂର୍ବ ଯୋଜନା ଅନୁସାରେ ମୁଖ୍ୟ ଜଳଭଣ୍ଡାରରୁ ବଲାଙ୍ଗୀର ସହରକୁ ୭୦ ହଜାର ଲୋକଙ୍କ ପିଇବା ପାଣି ପାଇଁ ବ୍ୟବସ୍ଥା ରହିଥିଲା। ମୂଳ ଯୋଜନାକୁ ସଦ୍ୟ ଭାବେ ପରିବର୍ତ୍ତନ କରାଯାଇଛି।

ଛତାମଖନାଠାରେ ନିର୍ମିତ ବ୍ୟାରେଜ୍‌ରୁ ବଲାଙ୍ଗୀର ସହରକୁ ଜଳଯୋଗାଣ ପାଇଁ ନିର୍ମାଣ କାମ ଆଗେଇଛି। ଡିପ୍ଲିସନ୍‌ ସ୍ଲୁଇସ୍‌ ଗେଟ୍‌ କାମ ଚାଲୁଥିବାରୁ ଜଳଭଣ୍ଡାରର ସବୁ ପାଣି ଛାଡ଼ି ଦିଆଯାଇଛି। ଫଳରେ ଡ୍ୟାମ୍‌ରେ କେବଳ କାଦୁଅ ଜମା ହୋଇରହିଛି। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ‌ଭୋଇଙ୍କ କହିବାନୁସାରେ, ପ୍ରୋଟୋକଲ୍‌ରେ ବିଚ୍ୟୁତି ହୋଇଥିଲେ ହେଁ ଠିକଣା ସମୟରେ ଜଳଭଣ୍ଡାରରେ ପାଣି ଭରିବ। କିନ୍ତୁ ଜିଲ୍ଲାର ପାଣିପାଗ ଯାହା, ସେଥିରେ ଜଳଭଣ୍ଡାରରେ ପର୍ଯ୍ୟାପ୍ତ ପାଣି ପୂର୍ଣ୍ଣ ହେବା ଏକ ଚମତ୍କାର ସଦୃଶ ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe