ଉଦ୍‌ଘାଟନ ଅପେକ୍ଷାରେ ଲୋୟର ସୁକତେଲ: ଜାନୁଆରି ୩ରେ ଆସିପାରନ୍ତି ମୁଖ୍ୟମନ୍ତ୍ରୀ

Advertisment
ଉଦ୍‌ଘାଟନ ଅପେକ୍ଷାରେ ଲୋୟର ସୁକତେଲ: ଜାନୁଆରି ୩ରେ ଆସିପାରନ୍ତି ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ନୂଆବର୍ଷରେ ଉଦ୍‌ଘାଟନ ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ଭବତଃ ଜାନୁଆରି ୩ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି। ତେବେ ଏନେଇ ସରକାରୀ ଭାବରେ କିଛି ସୂଚନା ମିଳିନାହିଁ। ଲୋୟର ସୁକତେଲ ପ୍ରକଳ୍ପ ବଲାଙ୍ଗୀର ଜିଲ୍ଲା ତଥା ରାଜ୍ୟ ସରକାରଙ୍କ ଏକ ବଡ଼ ସଫଳତା ବୋଲି ବିଚାର କରାଯାଉଥିବା ଦୃଷ୍ଟିରୁ ନିର୍ବାଚନ ପୂର୍ବରୁ ଏହାକୁ ଲୋକାର୍ପଣ କରାଯିବାକୁ ସରକାର ଚିନ୍ତା କରୁଥିବା ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୧ ନଭେମ୍ବର ୨୪ ତାରିଖ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ବିସ୍ଥାପନକୁ ନେଇ ବ୍ୟାପକ ଆନ୍ଦୋଳନ ଯୋଗୁଁ ଏହାର ନିର୍ମାଣ ବିଳମ୍ବ ହେବା ସହ ପ୍ରକଳ୍ପ ବ୍ୟୟ ଅଟକଳ ମଧ୍ୟ ବୃଦ୍ଧି ପାଇଥିଲା।

ଏହି ପ୍ରକଳ୍ପ ନିର୍ମାଣ ଅଦ୍ୟାବଧି ସଂପୂର୍ଣ୍ଣ ହୋଇନଥିଲେ ମଧ୍ୟ ଜଳଭଣ୍ଡାର, ସ୍ପିଲ୍‌ୱେ କାମ ସଂପୂର୍ଣ୍ଣ ହୋଇଛି। ଏହି ଜଳଭଣ୍ଡାରରୁ ଭୂତଳ ପାଇପ ଲାଇନ ଯୋଗେ କେନାଲ ଖୋଳାଯାଇ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା‌ କରାଯାଉଥିବା ବେଳେ ଉଭୟ ବାମ ଓ ଦକ୍ଷିଣ କେନାଲ ପାଇପ ଲାଇନ କାମ ଓ ପମ୍ପହାଉସ କାମର ନିର୍ମାଣ ଆରମ୍ଭ ହୋଇଛି। ୧୭୭ ମିଟର ସ୍ପିଲ୍‌ୱେ, ୧୪୧୦ ମିଟର ଲମ୍ବ ମାଟିବନ୍ଧ ଥିବା ଏହି ପ୍ରକଳ୍ପରେ ୧୨ଟି ଜଳ ନିଷ୍କାସନ ଗେଟ୍‌ ରହିଛି। ଏହି ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଜିଲ୍ଲାର ୨୯ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୫ଟି ଗାଁ ସଂପୂର୍ଣ୍ଣ ଓ ୧୪ଟି ଗାଁ ଆଂଶିକ ବୁଡ଼ିଛି। ଏହି ‌ଗ୍ରାମ ଗୁଡ଼ିକର ୩ ହଜାର ପରିବାର ବିସ୍ଥାପିତ ହୋଇଛନ୍ତି। ୫୩୦୦ କୋଟି ଟଙ୍କା ବ୍ୟୟ ହୋଇଥିବା ଏହି ପ୍ରକଳ୍ପ ଯୋଗୁଁ ପ୍ରାୟ ୪୦ ହଜାର କେକ୍ଟର ଜମି ଜଳସେଚିତ ହୋଇ ପାରିବ ବୋଲି ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe