ଲୋୟର ସୁକତେଲ ପ୍ରକଳ୍ପ: ଅଗଷ୍ଟରୁ ଆରମ୍ଭ ହେବ ଗେଟ୍‌ କାମ

ଲୋୟର ସୁକତେଲ ପ୍ରକଳ୍ପ: ଅଗଷ୍ଟରୁ ଆରମ୍ଭ ହେବ ଗେଟ୍‌ କାମ

ବଲାଙ୍ଗୀର : ଲୋୟର ସୁକତେଲ ପ୍ରକଳ୍ପ କାମ ଆଗେଇ ଚାଲିଛି। ମାଟି ବନ୍ଧ କାମ ସାଙ୍ଗକୁ ସ୍ପିଲ୍‌ୱେ କାମକୁ ତ୍ୱରାନ୍ୱିତ କରାଯାଇଛି। ଆସନ୍ତା ଅଗଷ୍ଟ ମାସରୁ ପ୍ରକଳ୍ପର ଗେଟ ଇରେକ୍ସନ କାମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଲୋୟର ସୁକତେଲ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସ୍ପିଲ୍‌ୱେ କାମ ପ୍ରାୟ ସରିବାକୁ ବସିଲାଣି। ଆସନ୍ତା ଅଗଷ୍ଟ ମାସରେ ଗେଟ ଇରେକ୍ସନ କାମ ହେବ। ଏଥିପାଇଁ ଠିକା ସଂସ୍ଥା ପ୍ରସ୍ତୁତି ଚଳାଇଛି। ସେହିପରି ଜମି ଅଧିଗ୍ରହଣ ପ୍ରକ୍ରିୟା ବି ଜୋରସୋର ଚାଲିଛି। କ୍ଷତିପୂରଣ ଓ ଥଇଥାନ ପ୍ରକ୍ରିୟା ଚାଲୁଛି। କୁମିଆଁପାଲି ଓ ଅନ୍ତପାଲିକୁ ଛାଡ଼ିଦେଲେ ପ୍ରାୟ ସବୁ ଗାଁକୁ ନୋଟିସ ହୋଇସାରିଲାଣି। ଡ୍ୟାମ ନିକଟ ଗାଁର ଲୋକଙ୍କୁ ଥଇଥାନ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଶନିବାର ଜିଲ୍ଲାପାଳ ଚଞ୍ଚଳ ରାଣା ପରିଦର୍ଶନରେ ଯାଇ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। କାମ କେତେଦୂର ଆଗେଇଛି ଓ କଣ ସବୁ ସମସ୍ୟା ରହୁଛି ତାହା ପଚାରି ବୁଝିଥିଲେ। ନିର୍ମାଣ କାମର ତଦାରଖ କରିବା ସହ ଆଗକୁ ସ୍ପିଲ୍‌ୱେରେ ଗେଟ୍‌ କାମ ନେଇ ସବିଶେଷ ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe