Odisha Bytes
ଭୁବନେଶ୍ୱର : ସମ୍ପୂର୍ଣ୍ଣ ହେବା ପରେ ବଲାଙ୍ଗୀରର ଲାଇଫ୍ ଲାଇନ୍ ବା ଜୀବନରେଖା ପାଲଟିବ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ତେବେ ମୁଖ୍ୟତଃ ବିସ୍ଥାପନ ସମସ୍ୟା ଯୋଗୁଁ ଗତ ଦୁଇବର୍ଷ ହେଲା ବିଳମ୍ବିତ ହୋଇଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନଭେମ୍ବର ମାସ ପ୍ରଥମ ସପ୍ତାହରେ ପୁଣି ଆରମ୍ଭ ହେବ । ଏନେଇ ଜଳସେଚନ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ପ୍ରତିଶ୍ରୁତି ଦେଇଥିବା ବଲାଙ୍ଗୀର ସଦର ବିଧାୟକ ନରସି˚ହ ମିଶ୍ର କହିଛନ୍ତି ।
ଏହି ପ୍ରକଳ୍ପର ମନ୍ଥରତା ଓ ବିସ୍ଥାପିତଙ୍କୁ କ୍ଷତିପୂରଣ ନେଇ ବହୁବାର ବିଧାନସଭାରେ ଦାବି ଉଠିଥିବା ବେଳେ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ନେଇ ଦାବି ହୋଇଆସୁଛି। ଗତ ବର୍ଷ ବିଧାନସଭା ପ୍ରଶ୍ନ କାଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକ ଶ୍ରୀ ମିଶଙ୍କ୍ରୁ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ କିପରି ଆଗେଇବ ସେ ନେଇ ଦାୟିତ୍ବ ପ୍ରଦାନ କରିଥିଲେ। ବିଧାୟକ ଶ୍ରି ମିଶ୍ର ମଧୢ ବଲାଙ୍ଗିରର ଏକ୍ସନ କମିଟି ସମେତ ବିଭିନ୍ନ ସାମାଜିକ ସ˚ଗଠନ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଳୋଚନା କରିଥିଲେ। ଗତ ସେପ୍ଟେମ୍ବର ୯ ତାରିଖରେ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରଥ ଓ ଅତିରିକ୍ତ ସଚିବ (ଆରଏଣ୍ତ ଆର) ରାଜେନ୍ଦ୍ର ପଟ୍ଟନାୟକ ବଲାଙ୍ଗିର ଗସ୍ତକରି ଲୋୟର ସୁକତେଲ କାର୍ଯ୍ୟର ସମସ୍ୟା ନେଇ ସମୀକ୍ଷା କରିଥିଲେ। ପ୍ରକଳ୍ପ ବୁଡ଼ି ଅଞ୍ଚଳ ବାସୀ ମଧୢ ଉଚିତ କ୍ଷତିପୂରଣ ପାଇଲେ ବିସ୍ଥାପିତ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। କିନ୍ତୁ ବିସ୍ଥାପିତଙ୍କୁ ୨୦୧୩ ବିସ୍ଥାପନ ନୀତି ଅନୁସାରେ କ୍ଷତିପୂରଣ କିମ୍ବା ଏକ୍ସ-ଗ୍ରାସିଆ କ୍ଷତିପୂରଣ ମଧ୍ୟରେ ରହିଥିବା ଦ୍ବନ୍ଦ୍ବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଦୁଇ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିଲା। ତେଣୁ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ସରକାର ସକାରାତ୍ମକ ଆଭିମୁଖ୍ୟ ରଖିଲେ ବିଧାୟକ ଶ୍ରୀ ମିଶ୍ର ବିସ୍ଥାପିତ ଉଚିତ କ୍ଷତିପୂରଣ ପାଇବା ସହ କାମ ମଧୢ ଆରମ୍ଭ ହୋଇପାରିବ ବୋଲି କହିଛନ୍ତି । ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରଥ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ପୁନଃ ଆରମ୍ଭ ହେବ ବୋଳି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Follow Us