ବିସ୍ଥାପିତଙ୍କୁ ଏକ୍ସଗ୍ରାସିଆ କ୍ଷତିପୂରଣ ପ୍ରଦାନ ଓ ନିର୍ମାଣ କାର୍ଯ୍ୟ ଏକସଂଗେ ଚାଲିପାରିବ, କେହି ନିର୍ମାଣ କାର୍ଯ୍ୟରେ ବାଧା ଦିଅନ୍ତୁ ନାହି: ନରସିଂହ

Advertisment

ଲୋୟର ସୁକତେଲ କାମ ପୁଣି ଆରମ୍ଭ ପ୍ରସଙ୍ଗ

ଲୋୟର ସୁକତେଲ କାମ ପୁଣି ଆରମ୍ଭ ପ୍ରସଙ୍ଗ

ଦୁଇ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପିଟିସନ୍ ଦେବି: ନରସିଂହ

Update Odisha

ଭୁବନେଶ୍ୱର : ଲୋୟର ସୁକତେଲ ପ୍ରକଳ୍ପ କାମ ପୁଣି ଖୁବଶିଘ୍ର ଆରମ୍ଭ ହେବାର ବାଟ ଖୋଲୁଛି। ବିସ୍ଥାପିତଙ୍କୁ ସରକାରଙ୍କ ତରଫରୁ ଏକ୍ସ-ଗ୍ରାସିଆ କ୍ଷତିପୂରଣ ପଇଠ କାମ ଓ ପ୍ରକଳ୍ପ ପୁନଃନିର୍ମାଣ କାମ ଏକାସାଙ୍ଗେ ଆଗକୁ ନେବାରେ କୈାଣସି ଅସୁବିଧା ନାହିଁ। ତେଣୁ କାମରେ କେହି ଆଉ ବାଧା ସୃଷ୍ଟି ନକରିବାକୁ ବଲାଙ୍ଗୀର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆହ୍ବାନ ଦେଇଛନ୍ତି।

ଭୁବନେଶ୍ବରଠାରେ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ଲୋୟର ସୁକତେଲ ବିସ୍ଥାପିତଙ୍କୁ ୨୦୧୩ ବିସ୍ଥାପନ କ୍ଷତିପୂରଣ ନିୟମ ଲାଗୁହେବନାହିଁ ବୋଲି ନିକଟରେ ସୁପ୍ରିମ କୋର୍ଟଙ୍କ ଅନ୍ତରୀଣ ନିର୍ଣ୍ଣୟ ସାଙ୍ଗକୁ ରାଜ୍ୟ ସରକାର ଏକ୍ସ-ଗ୍ରାସିଆ କ୍ଷତିପୂରଣ ଦେବାକୁ ବସ୍ତୁତଃ ରାଜି ହୋଇଛନ୍ତି। ତେଣୁ ନିର୍ମାଣ କାର୍ଯ୍ୟ ପୁଣିଥରେ ଖୁବ୍‌ଶିଘ୍ର ଆରମ୍ଭ ହେବାରେ ଅସୁବିଧା ନାହିଁ। ପ୍ରକଳ୍ପ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରି ପର୍ଯ୍ୟାୟାନୁକ୍ରମେ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ମଧ୍ୟ ଆରମ୍ଭ କରିବା ନେଇ ଉଚ୍ଚ ଅଧିକାରୀ ସ୍ତରରେ କଥାବାର୍ତ୍ତା ସରିଛି। ଖୁବ୍‌ଶିଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସମସ୍ତ ପ୍ରତିବନ୍ଧକ ଦୂର କରି ଚଳିତ ନଭେମ୍ବର ପ୍ରଥମ ସପ୍ତାହରୁ କାର୍ଯ୍ୟାରମ୍ଭ ନେଇ ଜଳସମ୍ପଦ ବିଭାଗ ଯନ୍ତ୍ରୀମୁଖ୍ୟ ଗତମାସରେ ସୂଚନା ଦେଇଥିବା ଶ୍ରୀ ମିଶ୍ର ପୂର୍ବରୁ ପ୍ରକାଶ କରିଥିଲେ। ତେବେ ବିସ୍ଥାପନ ସମସ୍ୟା ସମାଧାନ ଦିଗରେ ଏବେ ଏକ୍ସ-ଗ୍ରାସିଆ କ୍ଷତିପୂରଣ ପ୍ରଦାନ ଏକମାତ୍ର ବିକଳ୍ପ ହୋଇଥିବା ଦୃଷ୍ଟିରୁ ଏହାକୁ ଆଉ କେହି ବିରୋଧ ନକରିବାକୁ ଖୋଦ୍ ନରସିଂହ ମିଶ୍ର ସମସ୍ତ ଗୋଷ୍ଠୀକୁ ଆହ୍ବାନ କରିଥିବା ଯୋଗୁଁ ପ୍ରକଳ୍ପ ପୁନଃନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେବାନେଇ ସମ୍ଭାବନା ସୃଷ୍ଟି ହୋଇଛି।

ଆହୁରି ମଧ୍ୟ, ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁତିଆରବାହାଲ ଓ ସିକୁଆଁ ମଧ୍ୟରେ ୫୦ କୋଟିରୁ ଅଧିକ ଟଙ୍କାର ଏକ ଚେକ ଡ୍ୟାମ୍‌ ଜଳସେଚନ ପ୍ରକଳ୍ପ ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବା ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe