ଲମତାପୁଟରେ ୫ଡିଗ୍ରିକୁ ଖସିଲା ପାରଦ

ଲମତାପୁଟରେ ୫ଡିଗ୍ରିକୁ ଖସିଲା ପାରଦ

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଶୀତର ଲହରି ଦୁଇ ଦିନ ହେଲା ବଢିଯାଇଛି। ସକାଳୁ ସାଧାରଣ ଲୋକ ଉଠି ନିଜ କାମ କରିବାକୁ ବହୁ କଷ୍ଟ ସାଧୢ ହେଉଛି। ଦୁଇ ଦିନ ହେଲା ପାରଦ ୫ ଡିଗ୍ରୀକୁ ଖସିଯାଇଛି। ଯାହା ଫଳରେ ଲୋକ ମାନେ ଘରୁ ବାହାରିବା ପାଇ ବହୁ ହଇରାଣ ହେବା ସହ ନିଜ କାମ ପାଇଁ ଯାଇପାରୁନାହାନ୍ତି। ସମଗ୍ର ଅଞ୍ଚଳ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ କୁହୁଡିରେ ଢାଙ୍କି ହୋଇ ରହୁଥିବା ବେଳେ ଯାନବାହନ ଚଳାଚଳରେ ମଧ୍ୟ ବାଧାପ୍ରାପ୍ତ ହେଉଛି। କୁହୁଡି ଯୋଗୁଁ ଲୋକ ମାନେ ନିଜର କାମ ଗୁଡିକ ବିଳମ୍ବରେ କରୁଥିବା ଦେଖିବାକୁ ମିଳୁଛି। ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପିନ୍ଧିବା ସହ ନିଆଁର ସାହାର୍ଯ୍ୟ ନେଉଥିବା ଦେଖିବାକୁ ମିଳୁଛି। ଅପର ପକ୍ଷରେ ଏହି ଶୀତକୁ ଉପଭୋଗ କରିବାକୁ ମାଛକୁଣ୍ଡ, ଡୁଡୁମାକୁ ବହୁ ପର୍ଯ୍ୟଟକମାନେ ଆସୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe