ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ଗାଁ ଛାଡ଼ିଲେ ବୋଡ଼ାଛାପରର ୫୦ ପରିବାର

Advertisment
ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ଗାଁ ଛାଡ଼ିଲେ ବୋଡ଼ାଛାପରର ୫୦ ପରିବାର

କୋମନା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଓ କୋମନା ବ୍ଲକ୍‌ ମଝିରେ ଥିବା ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ପୂର୍ଣ୍ଣ ମାତ୍ରାରେ ଜଳ ସଂରକ୍ଷଣ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୧ ତାରିଖ ଠାରୁ ପ୍ରକଳ୍ପକୁ ଲାଗି ରହିଥିବା ବିଭିନ୍ନ ଗାଁରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ସମୟରେ ଶନିବାର କୋମନା ବ୍ଲକ କୋନାବିରା ପଞ୍ଚାୟତ ବୋଡ଼ାଛାପର ଗାଁରେ ପୂର୍ବ ପୁରୁଷରୁ ରହିଆସୁଥିବା ୫୦ ପରିବାର ପ୍ରଶାସନର ଆଦେଶକୁ ସମ୍ମାନ ଜଣାଇ ନିଜେ ନିଜର ଘରକୁ ଭାଙ୍ଗି ଗାଁ ଛାଡ଼ିଛନ୍ତି।

ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବିସ୍ଥାପିତମାନେ ଗାଁ ଛାଡ଼ି ଯାଇଥିଲେ। ସ୍ବତନ୍ତ୍ର ଭୂ-ଅର୍ଜନ ତଥା ପୁନର୍ବାସ ଥଇଥାନ ଅଧିକାରୀ ତରଣୀସେନ ସୁନା, ଆର୍‌ଆଇ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ସାହୁ, କେନାଲ ଡିଭିଜନ ନିର୍ବାହୀ ଯନ୍ତୀ ଦୀପକ ମୁର୍ମୁ, ଜୋନ ଅଫିସର କପିଳଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ୫୦ ପରିବାରର ଜିନିଷପତ୍ର ନେବାକୁ ଗାଡ଼ିର ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe