ମିସ୍‌ଡ କଲରେ ବୁକିଂ ହେବ ଏଲ୍‌ପିଜି ଗ୍ୟାସ୍‌

ମିସ୍‌ଡ କଲରେ ବୁକିଂ ହେବ ଏଲ୍‌ପିଜି ଗ୍ୟାସ୍‌

ଭୁବନେଶ୍ବର: ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବା ପାଇଁ ଆହୁରି ସହଜ ମାଧ୍ୟମ ଆସିଯାଇଛି। ମିସ୍‌ଡ କଲରେ ଏଲିପିଜି ଗ୍ୟାସ୍‌ ରିଫିଲିଂ ବୁକିଂ ‌ହୋଇପାରିବ। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ଏହି ସୁବିଧା ଆରମ୍ଭ କରିଛନ୍ତି। ଗ୍ୟାସ ବୁକିଂ କରିବା ପାଇଁ ଗ୍ରାହକଙ୍କୁ ୮୪୮୫୯୫୫୫୫ ନମ୍ବରରେ ମିସ୍‌ଡ କଲ କଲେ ସୁବିଧା ଉପଲବ୍ଧ ହେବ। ଭୁବନେଶ୍ବରରେ ଏହାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଭୁବନେଶ୍ବର ସମେତ ଦେଶର ଆଉ ୭ଟି ସହରରେ ଅଧିକ ଗୁଣାବତା ଯୁକ୍ତ ଏକ୍‌ସପି ୧୦୦ ଇନ୍ଧନ ଉପଲବ୍ଧ।ଗ୍ରାହକ ଏହି ନମ୍ବରରେ ମିସ୍‌ଡ କଲ ଦେବା ପରେ ସୁନିଶ୍ଚିତ ପାଇଁ ମୋବାଇଲକୁ ଏକ ମେସେଜ ଆସିବ। ଏହା ପରେ ଆପଣ ଜାଣିପାରିବେ ଯେ, ଗ୍ୟାସ ବୁକିଂ ସଫଳ ହୋଇଛି। ଏହି ସେବା ଆରମ୍ଭ ହେବା ଦ୍ବାରା ଗ୍ରାହକ ଅତି ସହଜରେ ଗ୍ୟାସ ବୁକିଂ କରିପାରିବେ।

publive-image

ଏତଦ ବ୍ୟତୀତ ମିସ୍‌ଡ କଲ ଜରିଆରେ ନୂଆ ଗ୍ୟାସ୍‌ ସଂଯୋଗ ମଧ୍ୟ କରିହେବ। ସ୍ବତନ୍ତ୍ର ନମ୍ବରକୁ ମିସ୍‌ଡ କଲ କଲାପରେ ଏକ ଲିଙ୍କ ଆସିଯିବ। ଏଥିରେ ଥିବା ଫର୍ମକୁ ଅନଲାଇନ ପୂରଣ କରିବାକୁ ହେବ। ପରେ ଏହାର ଏକ ହାର୍ଡ କପି ନିକଟସ୍ଥ ଡିଲରଙ୍କ ପାଖରେ ଦାଖଲ କରିବାକୁ ପଡ଼ିବ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୨୦୨୦ ଭଳି ଚ୍ୟାଲେଞ୍ଜିଂ ସମୟ ଆମେ ଅତିକ୍ରମ କରିସାରିଛୁ। ବିଶ୍ବରେ ଯେଉଁ ସଂକଟ ଆସିଥିଲା, ଏଥିରେ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ, ଓ ଭାରତ ସମେତ ବିଶ୍ବର ଅର୍ଥନୀତି ଦୋହଲିଯାଇଛି। ସମଗ୍ର ବିଶ୍ବରେ ଯେତେବେଳେ କରୋନା ସଂକଟରେ ଆସିଯାଇଥିଲା, ଭାରତକୁ ଏକତା ସୂତ୍ରରେ ବାନ୍ଧି ବିଶ୍ବ ଆଗରେ ଚ୍ୟା‌ଲେଞ୍ଜିଂକୁ ସମ୍ମୁଖୀନ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ୬ ବର୍ଷରେ ଓଡ଼ିଶାରେ ଏଲପିଜି ସଂଯୋଗ ୨୨ ପ୍ରତିଶତରୁ ବଢ଼ି ଏବେ ୮୦ ପ୍ରତିଶତ ପହଂଚିଛି। ଏଥିରୁ ମହିଳାମାନେ ଲାଭବାନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe