୭୦ ହଜାରରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ କରାଗଲା

Advertisment
୭୦ ହଜାରରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ କରାଗଲା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଳନ କରାଯାଉଥିବା ଗ୍ରାମ ସ୍ୱରାଜ ଅଭିଯାନର ଅଂଶ ସ୍ୱରୂପ ଆଜି ରାଜ୍ୟର ସମସ୍ତ ବ୍ଲକ୍‌ ଓ ସହରାଞ୍ଚଳରେ ଉଜ୍ଜ୍ୱଳା ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳାମାନେ ବ୍ୟାପକ ସଂଖ୍ୟାରେ ଯୋଗ ଦେବା ସହ ୭୦ ହଜାରରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍‌ ବଣ୍ଟନ କରାଯାଇଛି।

ଇଣ୍ଡିଆନ୍‌ ଅଏଲ୍‌, ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ତଥା ତୈଳ ଉଦ୍ୟୋଗର ରାଜ୍ୟସ୍ତରୀୟ ସଂଯୋଜକ ପ୍ରୀତିଶ ଭରତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଜି ରାଜ୍ୟର ୬୬୭ଟି ସ୍ଥାନରେ ଉଜ୍ଜ୍ୱଳା ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏଥିରେ ୩ ଲକ୍ଷରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। ଉଜ୍ଜ୍ୱଳା ହିତାଧିକାରୀଙ୍କ ବାଦ୍‌ ସମାଜର ଅନ୍ୟ ପ୍ରତିଷ୍ଠିତ ମହିଳା ଏହି ଉଜ୍ଜ୍ୱଳା ପଞ୍ଚାୟତଗୁଡ଼ିକରେ ଯୋଗ ଦେଇ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶରେ ଉର୍ଜ୍ଜା କ୍ଷେତ୍ରରେ ଦାରିଦ୍ର୍ୟକୁ ଦୂର କରିବା ସହ ସାମାଜିକ ଅଗ୍ରଗତିରେ ସହାୟକ ହେଉଛି। ଏଲ୍‌ପିଜି ପଞ୍ଚାୟତରେ ବ୍ୟବହାରକାରୀଙ୍କ ସହ ଭାବର ଆଦାନପ୍ରଦାନ ସହ ଏଲ୍‌ପିଜିର ନିରାପଦ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ଦ୍ୱାରା ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ନୂଆ ସଂଯୋଗକୁ ଆହୁରି ସହଜ ଓ ସରଳ କରାଯାଇପାରିବ ବୋଲି ଶ୍ରୀ ଭରତ କହିଛନ୍ତି।

୨୦୧୪ ମସିହାରେ ଓଡ଼ିଶାରେ ୨୦ ପ୍ରତିଶତ ଘରେ ଏଲ୍‌ପିଜି ସଂଯୋଗ ଥିଲା ବେଳେ ମାର୍ଚ୍ଚ ୨୦୧୮ ସୁଦ୍ଧା ଏହା ୫୭ ପ୍ରତିଶତରେ ପହଞ୍ଚିଥିଲା। ଆଜିର ୭୦ ହଜାର ସଂଯୋଗକୁ ମିଶାଇ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨୪ ଲକ୍ଷ ୨୦ ହଜାରରୁ ଅଧିକ ମହିଳାଙ୍କୁ ଏଲ୍‌ପିଜି ସଂଯୋଗ ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe