ଆବୁଧାବି ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ସିଇଓଙ୍କ ସହ କଥା ହେଲେ ଧର୍ମେନ୍ଦ୍ର, ଭାରତକୁ ଅତିରିକ୍ତ ଏଲ୍‌ପିଜି ଯୋଗାଣ ନେଇ ପ୍ରତିଶ୍ରୁତି

ଆବୁଧାବି ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ସିଇଓଙ୍କ ସହ କଥା ହେଲେ ଧର୍ମେନ୍ଦ୍ର, ଭାରତକୁ ଅତିରିକ୍ତ ଏଲ୍‌ପିଜି ଯୋଗାଣ ନେଇ ପ୍ରତିଶ୍ରୁତି

Business Line

ଭୁବନେଶ୍ବର: କରୋନା ମୁକାବିଲା ‌ପରିପ୍ରେକ୍ଷୀରେ ଦେଶରେ ଉର୍ଜା ସମସ୍ୟା ଦୂର କରିବା ନେଇ ମଙ୍ଗଳବାର ଆବୁଧାବିର ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଏଡିଏନ୍‌ଓସିର ସିଇଓ ସୁଲତାନ ଅହମ୍ମଦ ଅଲ୍‌ ଜାବେର୍‌ଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଯୋଗେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ଭାରତକୁ ଅତିରିକ୍ତ ଏଲ୍‌ପିଜି ଯୋଗାଣ ପାଇଁ ଶ୍ରୀ ଜାବେର୍‌ ପ୍ରତିଶ୍ରୁ୍ତି ଦେଇଛନ୍ତି। କରୋନା ମହାମାରୀରୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜ୍‌କୁ ସାମ୍ନା କରିବା ତଥା ଦୂର କରିବା ପାଇଁ ଭାରତ ଓ ଦୁବାଇ ମଧ୍ୟରେ ରଣ‌େନୖତିକ ସହଯୋଗ ଢାଞ୍ଚାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ସମ୍ମତି ଜଣାଇଥିଲେ। ଭାରତ ସରକାରଙ୍କ ଦ୍ବାରା ‌କରୋନା ମୁକାବିଲା ପାଇଁ ଘୋଷିତ ପ୍ୟାକେଜ୍‌ରେ ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ମାଗଣାରେ ୮ କୋଟି ଉଜ୍ଜଳା ହିତାଧିକାରୀଙ୍କୁ ଏଲ୍‌ପିଜିର ରିଫିଲ୍‌ ଯୋଗାଇବା ପାଇଁ ଅଧିକ ଆବଶ୍ୟକତା ରହିଛି। ଏହି ମର୍ମରେ ଭାରତକୁ ଅଧିକ ଏଲ୍‌ପିଜି ଯୋଗାଣର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହା ବାଦ୍ ଭାରତର ରଣନୈତିକ ପେ‌େଟ୍ରାଲିୟମ୍‌ ଭଣ୍ଡାର ନିମନ୍ତେ ଅଶୋଧିତ ତୈଳର ସ୍ରୋତ ପାଇଁ ମଧ୍ୟ ଏଡିଏନ୍‌ଓସି ସିଇଓ ପୂର୍ଣ୍ଣ ସମର୍ଥନ ଦେଇଥିବା ଶ୍ରୀ ପ୍ରଧାନ ଟ୍ବିଟ୍‌ କରି ଉ‌େଲ୍ଲଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe