ରାଷ୍ଟ୍ରପତି ଭବନରେ ଏଲ୍‌ପିଜି ପଞ୍ଚାୟତ

Advertisment
ରାଷ୍ଟ୍ରପତି ଭବନରେ ଏଲ୍‌ପିଜି ପଞ୍ଚାୟତ

ଭୁବନେଶ୍ୱର: ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ହୋଇଥିଲା ଏଲ୍‌ପିଜି ପଞ୍ଚାୟତ। ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳାଙ୍କ ଗହଣରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଲ୍‌ପିଜି ପଞ୍ଚାୟତରେ ସାମିଲ୍‌ ହୋଇଥିଲେ। ରାଷ୍ଟ୍ରପତି କହିଥିଲେ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମହିଳା ସଶକ୍ତୀକରଣକୁ ଆଗକୁ ନେଇଛି। ପରେ ଏହି ମହିଳାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଆଲୋଚନା କରିଥିଲେ। ଏଲ୍‌ପିଜି ବ୍ୟବହାର ଦ୍ୱାରା ସେମାନଙ୍କ ଜୀବନରେ ଆସୁଥିବା ଉନ୍ନତି ସମ୍ପର୍କରେ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମହିଳାମାନେ ନିଜ ଗାଁକୁ ସ୍ୱଚ୍ଛ ରଖିବା ପାଇଁ କହିବା ସହ ଉଜ୍ଜ୍ୱଳା ଯୋଜନା ଯେପରି ପରିବାରର ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ, ସ୍ୱଚ୍ଛ ଗାଁ ନିଜ ଅଞ୍ଚଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଉଭୟ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଦ୍ୱାରା ଏଲ୍‌ପିଜି ପଞ୍ଚାୟତ ମାଧ୍ୟମରେ ଗ୍ରାହକମାନଙ୍କ ମଧ୍ୟରେ ପରସ୍ପର ଠାରୁ ଶିଖିବା ତଥା ଅଭିଜ୍ଞତା ବାଣ୍ଟିବା ପାଇଁ ମଞ୍ଚ ପ୍ରଦାନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ୧୦୦ ଏଲ୍‌ପିଜି ଗ୍ରାହକଙ୍କୁ ନେଇ ଏଲ୍‌ପିଜି ପଞ୍ଚାୟତ ଆୟୋଜନ କରାଯିବ। ଏହା ମାଧ୍ୟମରେ ଏଲ୍‌ପିଜିର ସୁରକ୍ଷିତ ଓ ନିରନ୍ତର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe