କମିଲା ଅଣସବସିଡି ଏଲପିଜି ସିଲିଣ୍ଡରର ମୂଲ୍ୟ , ଜାଣନ୍ତୁ ଆପଣଙ୍କ ଅଂଚଳରେ ମୂଲ୍ୟ କେତେ ?

Advertisment
ଏଲ୍‌ପିଜି ଦର ୧୬୦ ଟଙ୍କା କମିଲା

News Nation

ନୂଆଦିଲ୍ଲୀ: ଲକଡାଉନ୍ ମଧ୍ୟରେ ଏଲପିଜି ସିଲିଣ୍ଡରର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି | ଆଜି ଅର୍ଥାତ୍ ମେ ୧ ରୁ ନନସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି। ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୧୬୨.୫୦ ଟଙ୍କା ଶସ୍ତା ହୋଇଛି। ଆଜିଠାରୁ ଏହା ଦିଲ୍ଲୀରେ ୫୮୧.୫୦ ଟଙ୍କାରେ ଉପଲବ୍ଧ ହେବ। ଏହାପୂର୍ବରୁ ଏଥିପାଇଁ ୭୪୪ ଟଙ୍କା ଦେବାକୁ ପଡୁଥିଲା। ତେବେ ଏହି ହାର ବିଭିନ୍ନ ରାଜ୍ୟରେ ପ୍ରଯୁଜ୍ୟ ଟିକସ ଅନୁଯାୟୀ ଭିନ୍ନ ହୋଇପାରେ |

publive-image

ଭୁବନେଶ୍ୱର କଥା କହିବାକୁ ଗଲେ ପୂର୍ବରୁ ୭୭୪ ଟଙ୍କା ୫୦ ପଇସା ଦେବାକୁ ପଡୁଥିବାବେଳେ ବର୍ତ୍ତମାନ ୫୯୨ ଟଙ୍କା ୫୦ ପଇସା ଦେବାକୁ ପଡିବ | ମୁମ୍ବାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୭୯ ଟଙ୍କା ହୋଇଛି | ଯାହା ପୂର୍ବରୁ ୭୧୪.୫୦ ଟଙ୍କା ଥିଲା। କୋଲକାତାରେ ସିଲିଣ୍ଡରର ମୂଲ୍ୟ ୧୯୦ ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ଏହା ୫୮୪.୫୦ ଟଙ୍କାରେ ଉପଲବ୍ଧ ହେବ | ଚେନ୍ନାଇରେ ସିଲିଣ୍ଡର ୭୬୧.୦୦ ତୁଳନାରେ ୫୬୯.୫୦ ଟଙ୍କାରେ ଉପଲବ୍ଧ ହେବ।

publive-image

ଏହି ହ୍ରାସ ଦେଶରେ ୧.୫ କୋଟି ଗ୍ରାହକଙ୍କୁ ଲାଭ ଦେବ। ଅନ୍ୟପକ୍ଷରେ, ଲକଡାଉନର ୩୮ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଲକଡାଉନ୍ କାରଣରୁ ଗତିବିଧି ବନ୍ଦ ହେତୁ ପେଟ୍ରୋଲ ଏବଂ ଡିଜେଲର ଚାହିଦା ହ୍ରାସ ପାଇଛି। ଆଇଓସିଏଲ୍ ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀର ଏକ ଲିଟର ପେଟ୍ରୋଲର ମୂଲ୍ୟ ୬୯.୫୯ ଟଙ୍କା ଏବଂ ଡିଜେଲର ଲିଟର ପିଛା ୬୨.୨୯ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe