ଆସନ୍ତାକାଲି କଂଗ୍ରେସର ଏହି ସବୁ ପରିଚିତ ନେତାଙ୍କ ଭାଗ୍ୟ ପରୀକ୍ଷା

Advertisment
ଆସନ୍ତାକାଲି କଂଗ୍ରେସର ଏହି ସବୁ ପରିଚିତ ନେତାଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ କଂଗ୍ରେସର କେତେକ ପରିଚିତ ଓ ଚର୍ଚ୍ଚିତ ନେତାଙ୍କର ଭାଗ୍ୟ ପରୀକ୍ଷା ହେବ। ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ଚେହେରା ହେଲେ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ। ସେ ଆସନ୍ତାକାଲି ଭଦ୍ରକ ଲୋକସଭା ଅନ୍ତର୍ଗତ ଭଣ୍ଡାରୀପୋଖରୀ ଆସନରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

ଏତଦ୍‌ବ୍ୟତୀତ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଂଜୀବୀ ବିଶ୍ୱାଳଙ୍କ ଭାଗ୍ୟପରୀକ୍ଷା ବି ହେବ ଆସନ୍ତାକାଲି। ସେ ଗତଥର ଭଳି ଏଥର ବି ଜଗତସିଂହପୁର ବିଧାନସଭା ଆସନରୁ କଂଗ୍ରେସର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ଠିକ୍‌ ସେହିପରି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏଥର କେନ୍ଦ୍ରାପଡ଼ା ସଂରକ୍ଷିତ ଆସନରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି।

publive-image

ଅପରପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ଏଥର ଭଦ୍ରକ ଲୋକସଭା ଅନ୍ତର୍ଗତ ସିମୁଳିଆ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି,ଯେଉଁଠାରେ ଆସନ୍ତାକାଲି ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଠିକ୍‌ ସେହିପରି ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ବି ଆସନ୍ତାକାଲି ନିଜର ଭାଗ୍ୟପରୀକ୍ଷା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe