ନବରଙ୍ଗପୁର ଜିଲ୍ଲାର ୨ୟ ଚାଉଳ କଳରେ ପଡ଼ିଲା ତାଲା, ଫେରାଇନାହିଁ ୭୯୭୭ କୁଇଣ୍ଟାଲ ଚାଉଳ

ନବରଙ୍ଗପୁର ଜିଲ୍ଲାର ୨ୟ ଚାଉଳ କଳରେ ପଡ଼ିଲା ତାଲା, ଫେରାଇନାହିଁ ୭୯୭୭ କୁଇଣ୍ଟାଲ ଚାଉଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଅବଧିର ଦେଢ଼ ମାସ ପରେ ବି ମିଲିଂ ପାଇଁ ଧାନ ନେଇ ଫେରାଉନାହାନ୍ତି ଚାଉଳ। ଏପରି ୫ ଗୋଟି ମିଲ ଫେରାଇନାହାନ୍ତି ୨୧ ହଜାର ୪୪୯ କୁଇଣ୍ଟାଲ ଚାଉଳ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ସେହି ମିଲରସ୍ ଉପରେ ଚାଲିଛି ଚଢ଼ାଉ। ମଙ୍ଗଳବାର ନବରଙ୍ଗପୁର ସହରରେ ଗୋଟିଏ ମିଲ ସିଲ୍ କରିଥିବା ବେଳେ ଆଜି ଅନ୍ୟ ଗୋଟିଏ ମିଲକୁ ସିଲ୍ କରିଛି ପ୍ରଶାସନ।

ବୁଧବାର ଦିନ ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ନୂଆଗୁଡା ସ୍ଥିତ ଶ୍ରୀଶୁଭମ ରାଇସ ମିଲକୁ ସିଲ୍ କରିଛି ପ୍ରଶାସନ। ଶୁଭମ ରାଇସ ମିଲ କଷ୍ଟମ ମିଲିଂ ପାଇଁ ନେଇଥିବା ଧାନ ବାବଦକୁ ପ୍ରଶାସନ କୁ ୨୮୯୦୭.୯୧କୁଇଣ୍ଟାଲ ଚାଉଳ ଫେରାଇବା ପାଇଁ ଲକ୍ଷ ଧାର୍ଯ୍ୟ ରହିଥିଲା। ତେବେ ଧାର୍ଯ୍ୟଲକ୍ଷ ର ଦେଢ଼ ମାସ ସରିଥିଲେ ମଧ୍ୟ ଆଜି ସୁଦ୍ଧା ଫେରାଇନାହିଁ ୭୯୭୭.୮୭କୁଇଣ୍ଟାଲ ଚାଉଳ, ଯାହା ଫଳରେ ଆଜି ଚଢ଼ାଉ କରାଯାଇ ଏହି ମିଲକୁ ସିଲ୍ କରଯାଇଛି ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ଭାବେ ମଙ୍ଗଳବାର ନବରଙ୍ଗପୁର ସହରରେ ରହିଥିବା ଗୁପ୍ତେଶ୍ବରୀ ଆମ୍ମା ରାଇସ ମିଲକୁ ସିଲ କରାଯାଇଥିଲା। ଉକ୍ତ ରାଇସ ମିଲକୁ ୫୮୯୩ କୁଇଣ୍ଟାଲ କୁଇଣ୍ଟାଲ ଧାନ ଦିଆଯାଇଥିଲା। ଉକ୍ତ ଧାନ ପାଇଁ ସେ ସରକାରଙ୍କୁ ୩୯୦୮ କୁଇଣ୍ଟାଲ ଚାଉଳ ଫେରାଇବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଆର୍ଥିକ ବର୍ଷ ସରିଯାଇଥିବା ବେଳେ ସେଥି ମଧ୍ୟରୁ ୧୬୧୫ କୁଇଣ୍ଟାଲ ଚାଉଳ ଫେରାଇନଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ନେତୃତ୍ବରେ ହୋଇଥିବା ଉଭୟ ଚଢ଼ାଉରେ ତହସିଲଦାର କୈଳାଶ ଚନ୍ଦ୍ର ତ୍ରିପାଠୀ, ସହାୟକ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପ୍ରଧାନ, ମିଲନ ମାଝୀ, ଯୋଗାଣ ନିରୀକ୍ଷକ ରାଜେଶ ଶବର ପ୍ରମୁଖ ଉପସ୍ଥିତ ରହିଥିଲେ। ଏବେ ୨ଟି ମିଲ ସିଲ୍ ହୋଇଥିବା ବେଳେ ଚାଉଳ ଫେରାଇନଥିବା ଅନ୍ୟ ୩ ଗୋଟି ରାଇସ ମିଲ ଉପରେ ଝୁଲୁଛି ଖଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe