ଆଜି ସକାଳୁ ଆଉ ୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଲା ଲକଡାଉନ୍, ଯାଞ୍ଚ କଡାକଡି

Advertisment
ଆଜି ସକାଳୁ ଆଉ ୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଲା ଲକଡାଉନ୍, ଯାଞ୍ଚ କଡାକଡି

ଭୁବନେଶ୍ବର : ଆଜି ସକାଳୁ ଆଉ ୯ଟି ଜିଲ୍ଲାରେ ଲକଡାଉନ୍ କାର୍ଯ୍ୟକାରୀ ହୋଇଛି। ଗତକାଲି ରାଜ୍ୟସରକାରଙ୍କ ଘୋଷଣା ଅନୁସାରେ ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାର ସଂପୂର୍ଣ୍ଣ ଅଞ୍ଚଳ ଲକଡାଉନ୍ ହୋଇଛି। ସକାଳ ୭ଟାରୁ ୨୯ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକ ସଂପୂର୍ଣ୍ଣ ଲକ୍-ଡାଉନ୍‌ ରହିବ।ଏହି ସବୁ ଜିଲ୍ଲାରେ ପୁଲିସ ଯାଞ୍ଚ ମଧ୍ୟ କଡାକଡି କରାଯାଇଛି।  ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇ ଗାଡ଼ି ଚଳାଚଳ ରୋକାଯିବା ସହ ଜନଗହଳି ରୋକିବା ଲାଗି ପାଟ୍ରୋଲିଂ କରାଯାଉଛି। ବିଭିନ୍ନ ବଜାର ହାଟରେ ଭିଡ ରୋକିବାକୁ ପୁଲିସ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। ବହୁସ୍ଥାନରେ ଜନସାଧାରଣ ବହାରକୁ ଚାଲିଆସିବା ପ୍ରଶସନ ଲାଗି ମୁଣ୍ଡବ୍ୟଥାର କାରଣ ହୋଇଛି।

publive-image ବାଲେଶ୍ବରରେ ଲକ୍ ଡାଉନ୍ (ଫଟୋ: ମନୋଜ)

କରୋନା ଯେପରି ମହାମାରୀର ରୂପ ନେବ ନାହିଁ, ସେ ନେଇ ସରକାର ଧୀରେ କଠୋର ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଓଡ଼ିଶାର ଅଧାରୁ ଅଧିକ ଅଞ୍ଚ​ଳ ଏବେ ଲକ୍ ଡାଉନ ବା ତାଲା ବନ୍ଦ ହୋଇଯାଇଛି । ପୂର୍ବରୁ ୫ ଜିଲ୍ଲା ଓ ୮ ସହରକୁ ତାଲା ବନ୍ଦ କରାଯାଇଥିଲା। ଆଜି ସକାଳୁ ଆଉ ୯ଟି ଜିଲ୍ଲାକୁ ତାଲାବନ୍ଦ କରିଛନ୍ତି ସରକାର । ଅର୍ଥାତ୍ କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସେସବୁ ଅଞ୍ଚଳରେ ସବୁକିଛି ବନ୍ଦ କରି ଦିଆଯିବ। ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି।

କେବଳ ସେତିକି ନୁହେଁ, ଆଜିସକାଳ ୧୧ଟା ପରଠାରୁ ସମସ୍ତ ବସ୍ ସେବାକୁ ବାତିଲ କରିଦିଆଯାଇଛି। ସିଟି ବସ୍ ଗୁଡିକ ଆଜି ମଧ୍ୟ-ରାତିରୁ ବନ୍ଦ କରି ଦିଆଯାଇଛି । ଆବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ନୂତନ ଭାବେ ଲକ୍ ଡାଉନ୍ ଘୋଷିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲା, ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe