ଚନ୍ଦ୍ରଗ୍ରହଣ: ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଦେବନୀତିରେ ପରିବର୍ତ୍ତନ

ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତା ରବିବାର ୭ ତାରିଖ ଦିନ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ଦେବନୀତିରେ ପରିବର୍ତ୍ତନ କରାଯାଇଛି। ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ଦର୍ଶନ ଜାରି ରହିବ...

Lunar eclipse: Changes in deity worship at Maa Samaleswari temple

Lunar eclipse: Changes in deity worship at Maa Samaleswari temple Photograph: (sambad.in)

ସମ୍ବଲପୁର:ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତା ରବିବାର ୭ ତାରିଖ ଦିନ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ଦେବନୀତିରେ ପରିବର୍ତ୍ତନ କରାଯାଇଛି। ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ଦର୍ଶନ ଜାରି ରହିବ।

ପୂର୍ବାହ୍ନ ୧୧:୪୫ ସମୟରୁ ଦର୍ଶନ ବନ୍ଦ ରହିବ ଓ ୧୨ଟା ସମୟରେ ଅନ୍ନ ଭୋଗ ଲାଗିଲା ପରେ ଦର୍ଶନ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ  ସୂଚନା ପ୍ରଦାନ କରିଛନ୍ତି।

ସୋମବାର ୮ ତାରିଖ ଭୋର ୪:୩୦ରୁ ମନ୍ଦିର ଶୋଧନ ପରେ ଭୋର ୫ଟାରେ ମଙ୍ଗଳ ଆଳତି ଓ ନିତ୍ୟ ନୀତିକାନ୍ତି ପରେ ଦର୍ଶନ ଆରମ୍ଭ ହେବ ବୋଲି ସଭାପତି ପ୍ରକାଶ କରିଛନ୍ତି।

Sambalpur | maa samleswari temple 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe