ମଧ୍ୟାହ୍ନଭୋଜନ ଅର୍ଥ ହଡ଼ପ ଘଟଣା : ପ୍ରଧାନଶିକ୍ଷକ ନିଲମ୍ବିତ

Advertisment
ମଧ୍ୟାହ୍ନଭୋଜନ ଅର୍ଥ ହଡ଼ପ ଘଟଣା : ପ୍ରଧାନଶିକ୍ଷକ ନିଲମ୍ବିତ

OdishaTV

ଦଶରଥପୁର : ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ କୁଆଁରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ଓ ଅର୍ଥ ହଡ଼ପ ଘଟଣାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଂଜୟ କୁମାର ନାୟକ ନିଲମ୍ବିତ ହୋଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୮୩୭୩/୨୨ ରେ ଦଶରଥପୁର ବିଇଓଙ୍କୁ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ ଆଦେଶ ସହିତ ଓସେପା ଭୁବନେଶ୍ୱର କାର୍ଯ୍ୟାଳୟକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

ବିଇଓ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୬୬/୨୨ ରେ ପ୍ରଧାନଶିକ୍ଷକ ସଂଜୟ କୁମାର ନାୟକଙ୍କ ନିଲମ୍ବନ ଆଦେଶ ସ୍ଥାନୀୟ ସିଆର୍‌ସିସିଙ୍କ ଜରିଆରେ ପଠାଇ ବିଦ୍ୟାଳୟର ବରିଷ୍ଠ ଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦେଇଛନ୍ତି। ନିଲମ୍ବନ ପରେ ଶ୍ରୀ ନାୟକଙ୍କୁ ଦଶରଥପୁର ନୋଡାଲ ଉଚ୍ଚବିଦ୍ୟାଳୟକୁ ମୁଖ୍ୟାଳୟ ବିବେଚନା କରି ସମସ୍ତ କାର୍ଯ୍ୟଦିବସରେ ଉପସ୍ଥିତ ରହିବାକୁ ନ‌ିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe