ନିଶ୍ଚିତ ମରଣ ମୁହଁରୁ ରକ୍ଷା ପାଇଲେ ଯାତ୍ରୀବାହୀ ଲଞ୍ଚରେ ଯାଉଥିବା ୨୫ ଯାତ୍ରୀ

ନିଶ୍ଚିତ ମରଣ ମୁହଁରୁ ରକ୍ଷା ପାଇଲେ ଯାତ୍ରୀବାହୀ ଲଞ୍ଚରେ ଯାଉଥିବା ୨୫ ଯାତ୍ରୀ

ଭଦ୍ରକ: ଯାତ୍ରୀବାହୀ ଲଞ୍ଚ୍ ଏମ ଏଲ ଗଙ୍ଗା ଆଜି ସକାଳେ କୁହୁଡ଼ିରେ ଫସି ଯାଇଥିବାର ଖବର ମିଳିଥିଲା । କିନ୍ତୁ ଚାଳକଙ୍କ ଉପସ୍ଥିତ ବୁଦ୍ଧି ହେତୁ ସମସ୍ତ ଯାତ୍ରୀ ନିଶ୍ଚିତ ମରଣ ମୁହଁରୁ ରକ୍ଷା ପାଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୋଟ ୨୫ ଜଣ ଯାତ୍ରୀଙ୍କୁ ନେଇ ସକାଳ ୬ଟା ୧୫ ମିନିଟ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଘାଟରୁ ଯାତ୍ରୀବାହୀ ଲଞ୍ଚ୍ ଏମ ଏଲ ଗଙ୍ଗା ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଧାମରାକୁ ଆସୁଥିବା ବେଳେ କୁହୁଡ଼ି ଯୋଗୁ ଧାମରା ପରିବର୍ତ୍ତେ ତାହା ବିପରୀତ ଦିଗରେ ଗଭୀର ସମୁଦ୍ର ଆଡ଼କୁ ବାଟବଣା ହୋଇ ଚାଲି ଯାଇଥିଲା।

ଭଦ୍ରକ ଜିଲ୍ଲାର ଦୋସିଙ୍ଗା ଗାମପଞ୍ଚାୟତର କାନାଳ ଘାଟ ନିକଟରେ ଲଞ୍ଚ୍ ଚାଳକ ଜାଣିପାରିଲେ ଯେ ଏମ ଏଲ ଗଙ୍ଗା ଚାନ୍ଦବାଲି ଆଡ଼କୁ ନ ଯାଇ ବରଂ ଗଭୀର ସମୁଦ୍ର ଆଡ଼କୁ ଗତି କରୁଛି।

publive-image
ତତକ୍ଷଣାତ୍ ଚାଳକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ମଝି ସମୁଦ୍ରରେ ଲଙ୍ଗର୍ ପକାଇ ଲଞ୍ଚକୁ ଅଟକାଇଥିଲେ। ଏହାଫଳରେ ସେଥିରେ ଥିବା ୨୫ଜଣ ଯାତ୍ରୀ ନିଶ୍ଚିତ ମରଣ ମୁହଁରୁ ରକ୍ଷା ପାଇଥିଲେ। ସମସ୍ତ ଯାତ୍ରୀମାନଙ୍କୁ ଦିନ୧୨ଟା ବେଳେ ଧାମରା ପାଖରେ ଛାଡ଼ିଥିଲେ ଲଞ୍ଚ୍ ଚାଳକ। ତେବେ ସେମାନେ ଲଞ୍ଚ୍ ଯୋଗେ ଚାନ୍ଦବାଲି ଯାଇ ପାରି ନଥିଲେ।
ଉକ୍ତ ଲଞ୍ଚରେ ଶିଶୁଙ୍କ ସମେତ ବୟସ୍କ ବ୍ୟକ୍ତି ଓ ମହିଳାମାନେ ଯାତ୍ରା କରୁଥିଲେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe