ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ନିଜିଗଡ଼ ତାପଙ୍ଗ ଠାରେ ଚାଲିଥିବା ଭଲିବଲ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି ।
ଉଦଯାପନୀ ଓ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚାର ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ଯୋଗ ଦେଇଥିଲେ । ଅନ୍ତିମ ମ୍ୟାଚ୍ରେ ବିଜୟୀ ହୋଇଥିବା ଇଟାମାଟି ଓ ରନର୍ସ ଅପ୍ ଜଟଣୀ ଦଳକୁ ପୁରସ୍କୃତ କରିଥିଲେ ।
ନିଜ ଅଭିଭାଷଣରେ ନିଜିଗଡ଼ ତାପଙ୍ଗର ଇତିହାସ, ପାଇକ ବିଦ୍ରୋହରେ ନେତୃତ୍ୱ ଆଦିର ଆଲୋଚନା କରି ପ୍ରତି ଯୁବକ ନିଜ ମଧ୍ୟରେ ଖେଳୁଆଡ଼ ମନୋଭାବ ସୃଷ୍ଟି କରିବାକୁ ଅତିଥି ଶ୍ରୀମତି ମହାପାତ୍ର ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସେନାଧିକାରୀ ଭାସ୍କର ବଳିଆରସିଂହ, କୈଳାସ ବଳିଆରସିଂହ, ମଧୁସୂଦନ ପାତାଳସିଂହ, ସଂଗ୍ରାମ ଜଗଦେ୍ଦବ, ରମେଶ ପାତାଳସିଂହ, ଅମରଜିତ ମହାରଥୀ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ମା' ହଟେଶ୍ୱରୀ ଭଲିବଲ୍ କ୍ଲବର ସଦସ୍ୟମାନେ ପରିଚାଳନା କରିଥିଲେ ।
Follow Us