ବିରଜା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

Advertisment

ଜିଲ୍ଲାରେ ୧୪୪ ଧାରା କୋହଳ, ବାରୁଣୀ ବୁଡ଼ ମନା, ବସଷ୍ଟାଣ୍ଡରେ ସାନିଟାଇଜେସନ୍‌

ଜିଲ୍ଲାରେ ୧୪୪ ଧାରା କୋହଳ, ବାରୁଣୀ ବୁଡ଼ ମନା, ବସଷ୍ଟାଣ୍ଡରେ ସାନିଟାଇଜେସନ୍‌

ସାବିତ୍ରୀ ବ୍ରତ ପାଇଁ ମା ବିରଜାଙ୍କ ପୀଠରେ ଲାଗିଲା ୧୪୪ ଧାରା

Temple Advisor

ଯାଜପୁରଟାଉନ/ସଦର : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଏପ୍ରିଲ ୧୫  ପର୍ଯ୍ୟନ୍ତ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। ଜିଲ୍ଲାରେ ୧୪୪ ଧାରାକୁ କୋହଳ କରାଯାଇଥିଲେ ହେଁ ବାରୁଣୀ ବୁଡ଼କୁ ମନା କରାଯାଇଛି। ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ମୁଖ୍ୟ ଚିକିତ୍ସାଳୟ, ରେଲୱେ ଷ୍ଟେସନ, ସପିଂ ମଲ୍ ଏବଂ ଆହାର କେନ୍ଦ୍ର ‌ବୁଲିବା ପରେ ୧୪୪ ଧାରାକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବସଷ୍ଟାଣ୍ଡରେ ଆଜିଠାରୁ ସାନିଟାଇଜେସନ୍‌ ଆରମ୍ଭ କରାଯାଇଛି।

ଆଜି ବିରଜା ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ସେବାୟତ ପରିଷଦର  ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ଆଜିଠାରୁ  ବିରଜା ମନ୍ଦିରରେ ସାଧାରଣ ଦର୍ଶନ ଓ ଯାତ୍ରୀ ‌ସେବାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଏହି ସମୟରେ କୌଣସି ଭକ୍ତଙ୍କ ମନ୍ଦିର ଭିତରକୁ ପ୍ରବେଶକୁ ବାରଣ କରାଯାଇଛି।  କଟକଣା ପରେ ମାଙ୍କର ରୀତିନୀତିରେ କୌଣସି ସମସ୍ୟା ନହେବାକୁ ଗୁରୁତ୍ବ  ଦିଆଯାଇଛି। ଯେଉଁ ସେବାୟତମାନଙ୍କର ଯେଉଁ ଦିନ ରୀତିନୀତି ଅନୁସାରେ ପାଳିସେବା ଥିବ ସେହିମାନେ ହିଁ କେବଳ  ମନ୍ଦିରକୁ ଆସିବାକୁ କୁହାଯାଇଛି। ପୂଜା ସମୟରେ ସେବାୟତମାନେ ମଧ୍ୟ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। ଏପ୍ରିଲ ୧୫ ପରେ ପୁନର୍ବାର ଟ୍ରଷ୍ଟି ଓ ସେବାୟତ ପରିଷଦ ବୈଠକ ବସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ଦିର ଟ୍ରଷ୍ଟି ତଥା ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଏସ୍‌ଡିପିଓ ରବୀନ୍ଦ୍ର କୁମାର ଜେନା, ଟାଉନ ଥାନାଧିକାରୀ ଆଶିଷ କୁମାର ସାହୁ,  ମନ୍ଦିର କର୍ମଚାରୀ ମଳୟ କୁମାର ପଣ୍ଡା, ସେବାୟତ ପରିଷଦ ସଭାପତି ଦେବୀପ୍ରସାଦ ପାଣି,  ସୁକାନ୍ତ ପାଣି,  ଗୋପାଳ ଚନ୍ଦ୍ର ପାଣି, ବିଷ୍ଣୁଚରଣ ପାଣି,  ନଳିନୀକାନ୍ତ ପାଣି,  ନୃସିଂହ ପାଣି, ଗିରିଜା ପ୍ରସାଦ ପାଣି,  ରଂଜନ ପାଣି, ବଳରାମ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବାରୁଣୀ ବୁଡ ଉପରେ ୧୪୪ ଧାରା  ବଳବତ୍ତର ରହିବ। ଖାଲି ବାରୁଣୀ ଘାଟ ନୁହେଁ; ପିଣ୍ଡଦାନ ସ୍ଥାନ, ଏହା ସଂଲଗ୍ନ ବରାହ ଓ ଜଗନ୍ନାଥ ମନ୍ଦିର ଆଦି ଅଞ୍ଚଳରେ ୧୪୪  ଧାରାକୁ ବଳବତ୍ତର ରଖାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe