ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ମା’ ବ୍ରାହ୍ମଣୀଦେବୀ ପୀଠ

Advertisment
ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ମା’ ବ୍ରାହ୍ମଣୀଦେବୀ ପୀଠ

ମୋହନା : ପୁରାଣ, ଲୋକକଥା ଓ କିମ୍ବଦନ୍ତୀର ଅପୂର୍ବ ସମାହାର ହେଉଛି ଗଜପତି ଜିଲ୍ଲାର ମା ବ୍ରାହ୍ମଣୀଦେବୀଙ୍କ ପୀଠ। ମୋହନା ଠାରୁ ମାତ୍ର ୭ କିମି. ଦୂର କର୍ଚ୍ଚବାଡ଼ି ସ୍ଥିତ ଏହି ପବିତ୍ର ପୀଠ ଓଡ଼ିଶା ପର୍ଯ୍ୟଟନସ୍ଥଳୀ ପାଇଁ ନୂତନ ସମ୍ଭାବନା। ଏଠାକାର ମନଲୋଭା ପ୍ରାକୃତିକ ଦୃଶ୍ୟ, ଜଳପ୍ରପାତ ଓ ସହୁଜବନାନୀ ଘେରା ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଖାସ୍ ସେଥିପାଇଁ ବର୍ଷକ ସାରା, ବିଶେଷ କରି ଶୀତଋତୁରେ ଶତାଧିକ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଛୁଟି ଆସିଥାନ୍ତି। ବ୍ରହ୍ମପୁର ଭାୟା ତପ୍ତପାଣି ମୋହନା ଦେଇ ଯାଉଥିବା ମୁଖ୍ୟ ରାସ୍ତାରେ ମାତ୍ର ୭ କିମି ପରେ ଶୁଖିଲାଆମ୍ବ ପଡ଼େ। ସେଠାରୁ ମାତ୍ର ୧୫୦ ମିଟର ଭିତରକୁ ବ୍ରାହ୍ମଣୀଦେବୀ ପୀଠ ଅବସ୍ଥିତ। ଏଠାରେ ପ୍ରତି ଦୁଇବର୍ଷକୁ ଥରେ ବାରୁଣୀ ସ୍ନାନ ପଡ଼ିଥାଏ।

ମାତ୍ର ବିଡ଼ମ୍ବନାର ବିଷୟ ଏହିକି ଯେ ପର୍ଯ୍ୟଟନକ୍ଷେତ୍ର ପାଇଁ ସମସ୍ତ ସମ୍ଭାବନା ରଖୁଥିବା ଏହି ପୀଠଟି ଏବେ ବି ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ଏପରିକି ସ୍ଥାନୀୟ ପ୍ରାଶାସନିକ ଅଧିକାରୀ ଓ ଜନପ୍ରତିନିଧି ମାନେ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଦୁଃଖର ବିଷୟ। ପର୍ଯ୍ୟଟକଙ୍କ ସୁରକ୍ଷା ଓ ଅନେକ ଆନୁଷଙ୍ଗିକ ଆବଶ୍ୟକତା ପୂରଣ ହୋଇ ନଥିବାରୁ ପର୍ଯ୍ୟଟକମାନେ ଏହି ପୀଠ ପ୍ରତି ମୁହଁ ଫେରାଇ ନେଉଛନ୍ତି। ଆଗାମୀ ଦିନରେ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe