ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଆଜି

ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଆଜି

????????????????????????????????????

ଭବାନୀପାଟଣା: ଭବାନୀପାଟଣାର ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତାକାଲି (ବୁଧବାର)ଅନୁଷ୍ଠିତ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ‌ହୋଇଛି। ନିଶାର୍ଦ୍ଧରେ ମା’ ମାଣିକେଶ୍ବରୀ ମନ୍ଦିରରୁ ଛତର ପରଦେଶୀପଡ଼ା ନିକଟ ଜେନାଖାଲକୁ ଅଣାଯିବ। ସେଠାରେ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ପରେ ଭୋର ସକାଳୁ ଭକ୍ତଙ୍କ ଦର୍ଶନ ପାଇଁ ଛତର ଯାତ୍ରା ଆରମ୍ଭ ହେବ। ଏହି ଛତର ଯାତ୍ରା ଜେନାଖାଲରୁ ବାହାରି ପରଦେଶୀ ପଡ଼ା ଦେଇ ଜେଲଖାନା ଛକ, ବସଷ୍ଟାଣ୍ଡ, ଘୋଡ଼ାଘାଟ ଛକ ହୋଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ। ମନ୍ଦିର ସମ୍ମୁଖରେ କଳାହାଣ୍ଡି ମହାରାଜ ଉଦିତ ପ୍ରତାପ ଦେଓଙ୍କ ପରିବାର ଛତର ବନ୍ଦାପନା କରି ସ୍ବାଗତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe