ମା’ ମାଣିକେଶ୍ୱରୀଙ୍କ ପୀଠରେ ବଳି : ରାଜପଥ ରକ୍ତରଞ୍ଜିତ, ପ୍ରଥା ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ

ମା’ ମାଣିକେଶ୍ୱରୀଙ୍କ ପୀଠରେ ବଳି : ରାଜପଥ ରକ୍ତରଞ୍ଜିତ, ପ୍ରଥା ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ରବିବାର ଶାନ୍ତିଶୃଙ୍ଖଳା ଏବଂ ଉତ୍ସାହ, ଉଦ୍ଦୀପନାର ସହିତ ସମ୍ପନ୍ନ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗ ଦେଇ ମା’ଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ତେବେ, ଯାତ୍ରା ସମୟରେ ହଜାର ହଜାର ସଂଖ୍ୟ‌ାରେ ବଳି ପଡ଼ିଛି। ଜେନାଖାଲ ନିକଟରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ରାଜପଥ ରକ୍ତରଞ୍ଜିତ ହୋଇଛି। ବଳି ବନ୍ଦ ପାଇଁ ଗତକାଲି ମାଇକ୍‌ ଯୋଗେ ଘୋଷଣା କରାଯାଇଥିଲେ ମଧ୍ୟ ପ୍ରଶାସନ ବଳିକୁ ବନ୍ଦ କରିବାରେ ବିଫଳ ହୋଇଛି।

ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତର ଦର୍ଶନ ପାଇଁ ଆଜି ଭବାନୀପାଟଣା ସହରର ଜେନାଖାଲ ଠାରୁ ମା’ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଗତ ୫ ତାରିଖ ଶନିବାର ମହାଷ୍ଟମୀ ରାତିରେ ମାଣିକେଶ୍ୱରୀ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢ଼ାରଜା (ଭୈରବ)ଙ୍କ ସମ୍ମୁଖରେ ପୋଢ଼ବଳି ଦିଆଯିବା ପରେ ଛତରକୁ ଭବାନୀପାଟଣାର ପଶ୍ଚିମ ଦିଗରେ ଜେନାଖାଲ ପର୍ଯ୍ୟନ୍ତ ନିଆଯାଇଥିଲା। ରବିବାର ପ୍ରାତଃରେ ଜେନାଖାଲରେ ବୋଦା ବଳି ଓ ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ର ପୂଜା ପାଠ ପରେ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ସକାଳ ୪ଟା ୨୫ ମିନିଟରେ ଆରମ୍ଭ ହୋଇଥିଲା। ଲକ୍ଷାଧିକ ଭକ୍ତ ଏଥିରେ ସାମିଲ ହୋଇଥିଲେ। ଘୁମୁରା, ନିଶାନ, ଘଣ୍ଟ ବାଦ୍ୟରେ ଚାରିଆଡ଼ କମ୍ପିଥିଲା। ଛିଟକନା, ମନ୍ଦାରଫୁଲ, ବେଲପତ୍ର, ମାଳରେ ବସ୍ତ୍ରାବୃତ୍ତ ‘ଛତର’ ଝୁମି ଝୁମି ମାଣିକେଶ୍ୱରୀ ମନ୍ଦିରକୁ ଅପରାହ୍ନ ୧୨ଟା ୧୫ ମିନିଟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସୁପ୍ରି‌ମକୋର୍ଟ ଓ ହାଇକୋର୍ଟଙ୍କ କଟକଣା ଓ ପ୍ରଶାସନର ବାରଣ ସତ୍ତ୍ବେ ମାନସିକ କରିଥିବା ହଜାର ହଜାର ଲୋକ କୁକୁଡ଼ା, ପାରା, ବୋଦା, ମେଣ୍ଢା ଆଦି ଆଣି ରାସ୍ତାର ଦୁଇ ପାର୍ଶ୍ବରେ ବଳି ଦେଇଥିଲେ। ଫଳରେ ସମଗ୍ର ରାଜରାସ୍ତା ରକ୍ତରଞ୍ଜିତ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe