ଆଜିଠାରୁ ମା’ ସମଲେଶ୍ୱରୀଙ୍କ ଦର୍ଶନ

Advertisment
ଆଜିଠାରୁ ମା’ ସମଲେଶ୍ୱରୀଙ୍କ ଦର୍ଶନ

ସମ୍ବଲପୁର : ଦୀର୍ଘ ୧୮ ଦିନର ବ୍ୟବଧାନ ପରେ ସୋମବାରଠାରୁ ଗର୍ଭଗୃହ (ଗମ୍ଭୀରା)ରେ ମାଆ ସମଲେଶ୍ୱରୀଙ୍କ ମୂଳ ବିଗ୍ରହର ଦର୍ଶନ ପାଇବେ ଭକ୍ତ। ମରାମତି ପାଇଁ ଗତ ୧୨ ତାରିଖରୁ ଆଜି ୨୯ ତାରିଖ ରବିବାର ପର୍ଯ୍ୟନ୍ତ ଗର୍ଭଗୃହ ବନ୍ଦ ରହିଥିଲା। ଏହି ସମୟରେ ମନ୍ଦିର ପରିସରରେ ଥିବା ମାଆ ଭୁବନେଶ୍ୱରୀଙ୍କଠାରେ ସମଲେଶ୍ୱରୀଙ୍କୁ ପ୍ରତୀକାତ୍ମକଭାବେ ସ୍ଥାପନ କରାଯାଇଥିଲା। ତେଣୁ ଭୁବନେଶ୍ୱରୀଙ୍କ ରୂପରେ ପୂଜା ପାଇବା ସହ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମାଆ ସମଲେଶ୍ୱରୀ। ଏବେ ମରାମତି କାର୍ଯ୍ୟ ଶେଷ ହୋଇଛି। ତେଣୁ ସୋମବାର ଭୋରରୁ ପୂର୍ବ ଭଳି ମନ୍ଦିର ଦ୍ୱାର ଖୋଲିବା ପରେ ଗର୍ଭଗୃହରେ ମାଆଙ୍କ ପୂଜାର୍ଚ୍ଚନା ଓ ଆଳତୀ କରାଯିବ। ପ୍ରାରମ୍ଭିକ ରୀତିନୀତି ସମ୍ପନ୍ନ ହେବା ପରେ ବଡ଼ି ସକାଳୁ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe