ମାଁ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ

Advertisment
ମାଁ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ

ସମ୍ବଲପୁର : ଆଶ୍ବିନ ପୂର୍ଣ୍ଣିମା ଅବସରରେ ମାଁ’ ସମଲେଶ୍ବରୀ ଭକ୍ତଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଇଛନ୍ତି। ମହାଳୟାରେ ଧବଳମୁଖୀ ବେଶ ଧାରଣ କରିଥିବା ଜଗତ୍‌ଜନନୀ ପାର୍ବଣ ଋତୁର ଶେଷ ବେଶ ଭାବେ କୁମାର ପୂର୍ଣିମାରେ ରାଜରାଜେଶ୍ବରୀ ରୂପରେ ଭକ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଛନ୍ତି। ଏହାକୁ ମାଆଙ୍କ ମହାରାଣୀ ବା ରାଜରାଣୀ ବେଶ ବି କୁହାଯାଏ। ଆଦି ଶକ୍ତି ମାଁ ସମଲେଶ୍ବରୀଙ୍କ ସର୍ବଶ୍ରେଷ୍ଠ ମନୋହର ଭୂବନ ମୋହିନୀ ରୂପ ହେଉଛି ରାଜରାଜେଶ୍ବରୀ ବେଶ। ଏହି ରୂପ ଅନୁପମ। ତ୍ରିବିଦ୍ୟା, ମହାତ୍ରିପୁରା, ସୁନ୍ଦର, ବାଳା ପଞ୍ଚଦଶୀ, ଦଶ ମହାବିଦ୍ୟା ଆଦି ମଧୢରେ ରାଜରାଜେଶ୍ବରୀ ଚତୁର୍ଥ ସ୍ଥାନରେ ଅଧିଷ୍ଠିତା। ତାଙ୍କର ସ୍ଥୁଳ, ସୂକ୍ଷ୍ମ, ପର, ତୁରୀୟ ଆଦି ଚାରିଟି କାନ୍ତି ରହିଛି। ସଦାଶିବଙ୍କ ନାଭିରୁ ନିର୍ଗତ କମଳ ଉପରେ ମାଁ ବିରାଜିତା। ଆଦି ଶ˚କରାଚାର୍ଯ୍ୟ ଶ୍ରୀବିଦ୍ୟା ରୂପରେ ରାଜରାଜେଶ୍ବରୀଙ୍କୁ ଆରାଧନା କରୁଥିବା ପୁରାଣରେ ବର୍ଣିତ।

ବୁଧବାର ଅପରାହ୍‌ଣରେ ମନ୍ଦିରର ପୂଜକମାନେ ମା’ଙ୍କୁ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରିବା ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଆଳତି କରା ଯାଇଥିଲା। ଅପରାହ୍‌ଣ ୧ଟାରୁ ୭ଟା ୩୦ ପର୍ଯ୍ୟନ୍ତ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି ଦିଆ ଯାଇଥିଲା। କୋଭିଡ୍‌ କଟକଣା ମଧ୍ୟରେ ହଜାରହଜାର ଭକ୍ତ ମାଁଙ୍କ ଏହି ଅନନ୍ୟ ବେଶ ଦର୍ଶନ କରିଥିଲେ। ରାତିରେ ମାଁ’ଙ୍କର ମହାଆଳତି କରା ଯାଇଥିଲା। ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସମେତ ଅକ୍ଷ ରାୟ, ଯକ୍ଷ ରାୟ, ନିର୍ଭୟ ରାୟ, ଦେବେନ୍ଦ୍ର ରାୟ, ଓକିଲ ରାୟ, ମନୋଜ ରାୟ, ସୁଧାଂଶୁ ରାୟ, କୁମାର ରାୟ, ସଘନ ରାୟ ପ୍ରମୁଖ ପୂଜକ ଗଣ ମାଁ’ଙ୍କ ବେଶ ଓ ଅନ୍ୟାନ୍ୟ ପୂଜା ଉପଚାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe