ରୂପା ପରଭାରେ ଶୋଭା ପାଇବେ ମାଁ ସମଲେଶ୍ବରୀ

Advertisment
ରୂପା ପରଭାରେ ଶୋଭା ପାଇବେ ମାଁ ସମଲେଶ୍ବରୀ

TripAdvisor

ସମ୍ବଲପୁର: ପୂର୍ବ ସଂକଳ୍ପ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କର ରୁପା ନିର୍ମିତ ପର୍‌ଭା ଓ ଛତ୍ର ନିର୍ମାଣ ପାଇଁ ଆବଶ୍ୟକ ରୁପା ସଂଗ୍ରହ ପାଇଁ ସମଲେଶ୍ବରୀ ଟ୍ରଷ୍ଟବୋର୍ଡ଼ ଉଦ୍ୟମ ଜାରି ରଖିଛି। ଏହି କାର୍ଯ୍ୟ ପାଇଁ ଅନ୍ୟୁନ ୮୦ ରୁ ୧୦୦ କିଲୋଗ୍ରାମ ରୂପାର ଆବଶ୍ୟକତା ହେଉଛି। ତେବେ, ବର୍ତ୍ତମାନ ସୁଦ୍ଧା ଟ୍ରଷ୍ଟବୋର୍ଡ଼ ୩୫ କିଲୋଗ୍ରାମ ରୁପା ସଂଗ୍ରହ କରିପାରିଛି। ଆହୁରି  ରୁପାର ଆବଶ୍ୟକତା ରହିଛି। ଏହି କ୍ରମରେ ଆଜି  ଟ୍ରଷ୍ଟବୋର୍ଡ ପକ୍ଷରୁ ସମ୍ବଲପୁର ସହରର କିଛି ପ୍ରମୁଖ ବ୍ୟକ୍ତିଙ୍କୁ ମନ୍ଦିରକୁ ଆମନ୍ତ୍ରିତ କରି ତାଙ୍କର ସୁଚିନ୍ତିତ ମତାମତ ଓ ସହଯୋଗ କାମନା କରାଯାଇଥିଲା। ଉକ୍ତ ବ୍ୟକ୍ତି ବିଶେଷ ଏ ଦିଗରେ ସହଯୋଗ କରିବାକୁ ଦୃଢ ପ୍ରତିଶୃତି ଦେଇଥିଲେ।

ଭକ୍ତମାନଙ୍କୁ ଟ୍ରଷ୍ଟବୋର୍ଡ଼ ତରଫରୁ ଏହି କାର୍ଯ୍ୟ ପାଇଁ ରୁପା ଦାନ କରିବାକୁ ଆହ୍ୱାନ କରାଯାଇଛି। ଏହି କାର୍ଯ୍ୟ ପାଇଁ ଅର୍ଥଦାନ କରିବା ପାଇଁ ଆଗ୍ରହୀ ଭକ୍ତମାନଙ୍କୁ ସମ୍ବଲପୁର ଲକ୍ଷ୍ମୀଟକିଜ ରୋଡସ୍ଥିତ ଇଣ୍ଡିଆନ ବ୍ୟାଙ୍କ(ଆକାଉଣ୍ଟ ନମ୍ବର ୫୧୬୨୨୬୬୫୯, ଆଇଏଫ୍‌ଏସ୍‌ସି କୋଡ୍‌: ଆଇଡିଆଇବି ୦୦୦ ଏସ୍‌ ୦୪୯)ରେ ନଗଦ ଅର୍ଥରାଶି ଜମା କରିବାକୁ ଟ୍ରଷ୍ଟବୋର୍ଡ ସଭାପତି ସଂଜୟ କୁମାର ବାବୁ ଅନୁରୋଧ କରିଛନ୍ତି। ଇଛୁକ ଭକ୍ତମାନେ ଟ୍ରଷ୍ଟ ବୋର୍ଡ଼ ଅଫିସରେ ଅର୍ଥ କିମ୍ବା ରୁପା ଜମା କରିବା ପରେ ଉପଯୁକ୍ତ ରସିଦ ଦାବି କରିବାକୁ ସେ ଅନୁରୋଧ କରିଛନ୍ତି। ଏ ସଂପର୍କରେ ଅଧିକ ସୂଚନା ନିମନ୍ତେ ଟ୍ରଷ୍ଟବୋର୍ଡ଼ର ସଭାପତି ସଞ୍ଜୟ କୁମାର ବାବୁଙ୍କୁ ୯୪୩୭୧୯୨୯୨୭ କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମରାଜ ପାଣିଗ୍ରାହୀଙ୍କୁ ୭୦୦୮୧୬୯୯୯୦ ମୋବାଇଲ ନମ୍ବର ସହିତ ଯୋଗାଯୋଗ କରିବାକୁ ଏକ ଟ୍ରଷ୍ଟବୋର୍ଡ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe