ସମ୍ବଲପୁର : ସୋମବାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ସେ ଲୋହିତ ବର୍ଣ୍ଣର ରୂପ ନଥିଲା। ବର୍ଷ ସାରା ରହୁଥିବା ସିନ୍ଦୂରବର୍ଣ୍ଣା ଉଜ୍ଜ୍ବଳ ତେଜକୁ ତ୍ୟାଗ କରି ଦୀପ୍ତିମନ୍ତ ଶ୍ବେତବର୍ଣ୍ଣ ଧାରଣ କରିଛନ୍ତି ସମଲେଶ୍ବରୀ। ମହାଳୟା ଅବସରରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ସମଲେଶ୍ବରୀଙ୍କ ଏହି ବେଶକୁ ଗଙ୍ଗା ବା ସରସ୍ବତୀ ବେଶ ବୋଲି ମଧ୍ୟ କୁହାଯାଏ। ଆସନ୍ତା ୧୦ ତାରିଖ ଅପରାହ୍ନ ୨ଟା ଯାଏଁ ଦେବୀ ସମଲାଇ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ଧବଳମୁଖୀ ବେଶରେ ସମଲେଶ୍ବରୀ
Advertisment
Follow Us