ବାଲେଶ୍ବର: ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମା’ ତାରିଣୀ ନର୍ସିଂହୋମ୍ରେ ଜଣେ ପ୍ରସୂତି ସୋମବାର ସଂଧ୍ୟାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସିଂହୋମ୍କୁ ସିଲ କରାଯାଇଛି। ଏହାପରେ ସେଠାରେ ସମସ୍ତ ପ୍ରସୂତି ଓ ନବଜାତକଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା ସମ୍ପୃକ୍ତ ପ୍ରସୂତି ଓ ନବଜାତକଙ୍କୁ କୁରୁଡ଼ା କୋଭିଡ ହସ୍ପିଟାଲକୁ ନିଆଯାଇଥିବା ଜଣାଯାଇଛି। ନର୍ସିଂହୋମ୍କୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପଜିଟିଭ୍ ଚିହ୍ନଟ ସମ୍ପୃକ୍ତ ପ୍ରସୂତିଜଣକ ବସ୍ତା ଅଞ୍ଚଳର। ସେ ଦୁଇଦିନ ପୂର୍ବରୁ ଜିଲ୍ଲା ହସ୍ପିଟାଲ ଏମ୍ସିଏଚ୍ ବିଭାଗରେ ଭର୍ତ୍ତି ହୋଇଥିବା ବେଳେ କୋଭିଡ୍ ପରୀକ୍ଷା ପାଇଁ ତାଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା। ହେଲେ ରିପୋର୍ଟ ଆସିବା ପରେ ସେ ବେଡ୍ରେ ନଥିବା ଦେଖାଯାଇଥିଲା। ଏହାପରେ ସେ ମା’ ତାରିଣୀ ନର୍ସିଂହୋମ୍ରେ ଭର୍ତ୍ତି ହୋଇଥିବା ଜଣାପଡ଼ିବା ପରେ ଡାକ୍ତରଖାନା ପକ୍ଷରୁ ଅତିରିକ୍ତ ଡିପିଏଚ୍ଓ ପରେଶ ଚନ୍ଦ୍ର ନନ୍ଦୀ ଓ ବରିଷ୍ଠ ସହାୟକ ଜୀବନ ଦାଶଙ୍କ ନେତୃତ୍ବରେ ଏକ ଟିମ୍ ଯାଇ ନସିଂହୋମ୍କୁ ସିଲ କରିଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/08/dgjdgjgdj98dg7j98gd798gdjgjgjgjgjgjgj.jpg)