ଘଟଗାଁ : ଘଟଗାଁସ୍ଥିତ ମା ତାରିଣୀ ପୀଠର ରୂପରେଖ ବଦଳିବ। ଏଥିପାଇଁ ସରକାର ୫-ଟି ମନ୍ଦିର ରୂପାନ୍ତରଣ ଯୋଜନାରେ ୪୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହି ଟଙ୍କାକୁ ୪୦ ଦିନରେ ଖର୍ଚ୍ଚ କରାଯାଇ ଏହାର ରୂପରେଖକୁ ବଦଳାଇ ଦିଆଯିବ।
ପୂର୍ବରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨.୮୯ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ସେ କାର୍ଯ୍ୟ ଏବେ ଆଗେଇ ଚାଲିଛି। ପର୍ଯ୍ୟଟନ ବିଭାଗ ଅନୁଦାନରେ କାଫେଟେରିଆ, ପେଭରବିଛା, ଆଲୋକୀକରଣ, ଶୌଚାଳୟ ନିର୍ମାଣ, ସେଲଫିପଏଣ୍ଟ ଆଦି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ମନ୍ଦିର ସମ୍ମୁଖ ଭାଗ ପାଚେରି ନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବ। ଏବେ ଆଉ ୪୦ କୋଟି ଟଙ୍କା ଯୋଗାଇ ଦେବାକୁ ଯୋଜନା ହୋଇଥିବା ବେଳେ ତାରିଣୀ ପୀଠର ରୂପରେଖ ସଂପୂର୍ଣ୍ଣ ବଦଳି ଯିବ ବୋଲି କୁହାଯାଉଛି। ତାରିଣୀପୀଠର ଏହି ରୂପାନ୍ତରଣ ପାଇଁ ନକ୍ସା ପ୍ରସ୍ତୁତ ସରିଥିବା ଜଣାପଡ଼ିଛି।
Follow Us