ଘୁ.ଉଦୟଗିରିରେ ପାଗଳ କୁକୁର ଆତଙ୍କ,  ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି ଇଞ୍ଜେକ୍ସନ

Advertisment
ଘୁ.ଉଦୟଗିରିରେ ପାଗଳ କୁକୁର ଆତଙ୍କ,  ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି ଇଞ୍ଜେକ୍ସନ

ଘୁ ଉଦୟଗିରି : ସ୍ଥାନୀୟ ଅଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଏପରକି  ପାଗଳ କୁକୁରଙ୍କ ଆତଙ୍କ  ବଢ଼ିବାରେ ଲାଗିଛି। ଆଜି ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ କୁକୁର କାମୁଡ଼ାରେ ଆହତ ହୋଇ  ୪ଜଣ ଚିକିତ୍ସା ପାଇଁ ଆସିଥିବା ଜଣାପଡ଼ିଛି। ତେବେ  ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁକୁର କାମୁଡ଼ା ଇଞ୍ଜେକ୍‌ସନ ନଥିବାରୁ ଅସନ୍ତୋଷ ଦେଖାଦେଇଛି। କୁକୁର କାମୁଡ଼ା ଇଞ୍ଜେକ୍‌ସନ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହେଉଥିବା ବେଳେ ଏତେ ଦୂର ଯାଇ ଗରିବା ରୋଗୀଙ୍କ ପାଇଁ ସମୟସାପେକ୍ଷ ହୋଇଛି।

ତେବେ ରୋଗୀଙ୍କୁ କୁକୁର କାମୁଡ଼ା ଡାକ୍ତର ଫୁଲବାଣୀ ଯିବା ନିମନ୍ତେ କହୁଥିବା ବେଳେ ଗରିବ ଅସହାୟ ଲୋକେ ଫୁଲବାଣୀ ଯାଇ ଇଞ୍ଜେକ୍‌ସନ ନେଇ ଫେରିବା ଛଅ ଟଙ୍କାର ଘୋଡାକୁ ନଅ ଟଙ୍କାର ଦାନା ସଦୃଶ ହେଉଛି।  ଗୋଟିଏ ‌କୋର୍ସରେ ୫ଟି ଇଞ୍ଜେକସନ ପାଇଁ ପାଞ୍ଚ ଦିନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଦୌଡ଼ିବାକୁ ପଡ଼ିବ।  ଯାହା ଗରିବ ରୋଗୀଙ୍କ ପକ୍ଷେ କଷ୍ଟକର। ଅନ୍ୟ ପକ୍ଷରେ ସ୍ଥାନୀୟ ଔଷଧ ଦୋକାନରେ ଗୋଟିଏ ଇଞ୍ଜେକସ ମୂଲ୍ୟ ୩୫୦ ଟଙ୍କା ହୋଇଥିବା ବେଳେ ଯଦି ବାହାରେ କିଣନ୍ତି ତେବେ ୫ଟି ଇଞ୍ଜେକ୍‌ସନ ନିମନ୍ତେ ୧୭୫୦ ଟଙ୍କା ଦେବାକୁ ପଡ଼ିବ। ତେଣୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମହଜୁଦ ରଖିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe