ବଦଳିଗଲା ମାଧବରିଡ଼ା ଆନିକଟ ରୂପ: ସପ୍ତାହକ ତଳେ ଶୁଖିଲା ପଡ଼ିଥିଲା, ଏବେ ତିନିନଦୀର ପାଣିରେ ଉଛୁଳୁଛି

Advertisment
ବଦଳିଗଲା ମାଧବରିଡ଼ା ଆନିକଟ ରୂପ: ସପ୍ତାହକ ତଳେ ଶୁଖିଲା ପଡ଼ିଥିଲା, ଏବେ ତିନିନଦୀର ପାଣିରେ ଉଛୁଳୁଛି

ବେଲଗୁଣ୍ଠା/ଭଞ୍ଜନଗର : ସପ୍ତାହକ ତ‌ଳେ ଯେଉଁ ଆନିକଟ ଶୁଖିଲା ପଡ଼ିଥିଲା, ସେଠି ଆଜି ବନ୍ୟାପାଣି ଉଛୁଳୁଛି। ଏହି ଚିତ୍ର ହେଉଛି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପକଣ୍ଠ ବେଲଗୁଣ୍ଠା ନିକଟରେ ଥିବା ମାଧବରିଡ଼ା ଆନିକଟର। ଋଷିକୁଲ୍ୟା ଜଳସେଚନ ଯୋଜନା ଅଧୀନରେ ଥିବା ଏହି ଆନିକଟରେ ବଡ଼ନଦୀ, ବୋଡ଼ାନଦୀ ଏବଂ ଲୋହରାଖଣ୍ଡି ନଦୀ ମିଶିଛି। କିନ୍ତୁ କିଛିଦିନ ତଳେ ଏଠାରେ ପାଣି ଶୁଖି ଭୂଇଁ ଟାଙ୍ଗରା ପଡ଼ିଥିଲା। ଏହାସହ ଆବର୍ଜନା ଭର୍ତ୍ତି ହୋଇଥିଲା। କିନ୍ତୁ ମାତ୍ର ତିନିଦିନର ଲଗାଣ ବର୍ଷା ଆନିକଟର ଚିତ୍ରକୁ ବଦଳାଇଦେଇଛି। ବଡ଼ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆଜି ରାତି ଆଠଟାରୁ ନଅଟା ମଧ୍ୟରେ ବିପଦ ସଙ୍କେତ ଡେଇଁବା ସମ୍ଭାବନା ରହିଥିବା ମାଧବରିଡ଼ା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସରୋଜ ପ୍ରହରାଜ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe