ମଧୁପୁରଗଡ଼ ଶ୍ରୀଜଗନ୍ନାଥ ମନ୍ଦିର: ରାଣୀ କରନ୍ତି ଛେରାପହଁରା

Advertisment

ପୂର୍ବେ ଗଡ଼ୁଥିଲା ତିନି ରଥ, ଏବେ ଗୋଟିଏ ରଥ

ପୂର୍ବେ ଗଡ଼ୁଥିଲା ତିନି ରଥ, ଏବେ ଗୋଟିଏ ରଥ

ମଧୁପୁରଗଡ଼ ଶ୍ରୀଜଗନ୍ନାଥ ମନ୍ଦିର: ରାଣୀ କରନ୍ତି ଛେରାପହଁରା

ଚଢ଼େଇଧରା: ଯାଜପୁର ଜିଲ୍ଲାର ଅପରୂପ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ମଧୁପୁରଗଡ଼ରେ ରହିଛି ଏକ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିର। ଦୁଇଶହ ବର୍ଷ ପୂର୍ବେ ମଧୁପୁରଗଡ଼ର ତତ୍କାଳୀନ ମହାରାଜାଙ୍କ ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା। ପୁରୀ ଶ୍ରୀମନ୍ଦିର ଶୈଳୀରେ ନିର୍ମିତ ଏହି ମନ୍ଦିରରେ ରହିଛି ବାଇଶି ପାହାଚ। ବେଢ଼ାରେ ଶ୍ରୀ ଗଣେଶ, ହନୁମାନ, ପଶ୍ଚିମାମୁଖି କାଶୀ ବିଶ୍ୱନାଥ, ରାଧାକୃଷ୍ଣ, ସୂର୍ଯ୍ୟନାରାୟଣ, ଶ୍ରୀଚୈତନ୍ୟ, ଭଗବାନ ନୃସିଂହ, ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ନାରାୟଣ, ବାଟମଙ୍ଗଳା, ଶ୍ୟାମାକାଳୀ ଓ ମା’ ଦୁର୍ଗା ପୂଜା ପାଉଛନ୍ତି। ମନ୍ଦିର ଭିତରେ ଗରୁଡ଼ ସ୍ତମ୍ଭ ଉପରେ ପକ୍ଷୀରାଜ ଗରୁଡ଼ ପୂଜା ପାଉଛନ୍ତି। ଭିତରେ ଆଣ୍ଠୁଆ ଗୋପାଳ, ମଦନ ମୋହନ, ଶ୍ରୀ ମହାଲକ୍ଷ୍ମୀଙ୍କ ସହ ରତ୍ନସିଂହାସନ ଉପରେ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଇ ଆସୁଛନ୍ତି। ପ୍ରତିଦିନ ମଙ୍ଗଳ ଆଳତି ସହ ବେଢ଼ାପୂଜା ପରେ ଶ୍ରୀବଳଦେବ, ମା’ ସୁଭଦ୍ରା, ଶ୍ରୀ ଜଗନ୍ନାଥ ଓ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କ ପୂଜା ସହ ନୀତିକାନ୍ତି କାରାଯାଇଥାଏ। ୧୯୧୨ରେ ଏଠାରେ ଶେଷଥର ପାଇଁ ଶ୍ରୀଜିଉମାନଙ୍କ ନବକଳେବର ହୋଇଥିଲା।

ଲୋକକଥା ଅନୁସାରେ ମଧୁପୁରଗଡ଼ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ଆଦ୍ୟ ଦେବ ହେଉଛନ୍ତି ଶ୍ରୀ ବଳଦେବ। ଅନତି ଦୂରରେ ବହିଯାଇଥିବା ବ୍ରାହ୍ମଣୀ ନଦୀକୂଳରେ ଶ୍ରୀ ବଳଦେବଙ୍କ ଦାରୁ ଲାଗିଥିବା ତତ୍କାଳୀନ ମଧୁପୁରଗଡ଼ ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ରାଜା ସ୍ୱପ୍ନରେ ଦେଖିଥିବା ଜାଗାରୁ କାଠର ଚକ ଉପରେ ଶ୍ରୀ ବଳଦେବଙ୍କୁ ଆଣିବା ବାଟରେ ଚକଟି ଭାଙ୍ଗିଯାଇ ରକ୍ତ ବାହାରିଥିବା ସଂପର୍କରେ ଲୋକକଥା ଆଜି ମଧ୍ୟ ଶୁଣିବାକୁ ମିଳେ। ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଉଥିବାବେଳେ ଶ୍ରୀ ବଳଦେବଙ୍କ ଉପରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରଗାଢ଼ ଆସ୍ଥା ରହିଛି। ଶ୍ରୀ ବଳଦେବଙ୍କ ପ୍ରିୟ ଭୋଗ ଅମୃତକୁଣ୍ଡ କରାଇବା ସହ ତୁଳସୀ ଲଗାଇଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବା ବିଶ୍ୱାସ ରହିଛି।

ବ୍ରିଟିଶ ଶାସନ ସମୟରେ ତତ୍କାଳୀନ ମହାରାଜଙ୍କ ଦ୍ୱାରା ପରିଚାଳିତ ଶ୍ରୀ ମନ୍ଦିର ଓ ରଥଯାତ୍ରାରେ ତିନୋଟି ରଥ ଟଣାଯାଇ ରାଜବାଟୀ ଭିତରେ ଥିବା ମାଉସୀମା’ଙ୍କ ଘରକୁ ନିଆଯାଉଥିଲା। ପୂର୍ବପରି ଥାଟବାଟ ନଥିଲେ ମଧ୍ୟ ମଧୁପୁରଗଡ଼ର ରଥଯାତ୍ରା ଆଜି ମଧ୍ୟ ତା’ର ସ୍ୱାତନ୍ତ୍ର୍ୟ ବଜାୟ ରଖିଛି। ତିନିରଥ ପରିବର୍ତ୍ତେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆରମ୍ଭରୁ ମନ୍ଦିରରେ ପ୍ରଚଳିତ ନୀତିକାନ୍ତି ଅନୁସାରେ ପରମ୍ପରା ଅନୁଯାୟୀ ଏଠାରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ରାଜା ଶାସନ ଅନୁସାରେ ମଧୁପୁର ଇଷ୍ଟେଟ ମଧ୍ୟରେ ଏହା ସର୍ବପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ଓ ରଥଯାତ୍ରା। ମଧୁପୁର ରଥଯାତ୍ରାରେ ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଏଠାରେ ରାଣୀ ରଥରେ ଛେରାପହଁରା କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe