କେନ୍ଦୁଝର ଟ୍ରକ ଦୁର୍ଘଟଣା: ବିବାହର ଅଢ଼େଇମାସରେ ବିଧବା ହେଲେ ମଧୁସ୍ମିତା

Advertisment
କେନ୍ଦୁଝର ଟ୍ରକ ଦୁର୍ଘଟଣା: ବିବାହର ଅଢ଼େଇମାସରେ ବିଧବା ହେଲେ ମଧୁସ୍ମିତା

ହରିଚନ୍ଦନପୁର : ଷଠିଘର ନିକଟରେ ଘଟିଥିବା ‌ଦୁର୍ଘଟଣାରେ ହରିଚନ୍ଦନପୁର ବ୍ଲକ୍‌ ଜାମୁଯୋଡି ପଞ୍ଚାୟତ ଧଳପୁର ଗ୍ରାମର ବିଦ୍ୟାଧର ମହାନ୍ତଙ୍କ ପୁଅ ସୁନୀଲ (୨୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୁନୀଲ ଏପ୍ରିଲ ୯ ତାରିଖରେ କେନ୍ଦୁଝର ମଥୁରାମଣ୍ଡଳି ଗ୍ରାମର ମଧୁସ୍ମିତାଙ୍କ ବିବାହ କରିଥିଲେ। ଗତକାଲି ସେ ବୋଲେରୋ ନେଇ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଘରେ ତାଙ୍କର ବିଧବା ପତ୍ନୀ ଅଛନ୍ତି। ଏକମାତ୍ରକୁ ପୁଅକୁ ହରାଇ ବାପା ବିଦ୍ୟାଧର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ବୁଧବାର ଅପରାହ୍‌ଣରେ ସୁନୀଲଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତକଙ୍କ ପରିବାରକୁ କେନ୍ଦୁଝର ଓ ଯୋଡ଼ା ଟ୍ରକ ମାଲିକ ସଂଘ ପକ୍ଷରୁ ୪୦ ହଜାର ଟଙ୍କା ଓ ରେଡକ୍ରସ ପକ୍ଷରୁ ୪୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe