୨୮ରୁ କାର୍ଯ୍ୟକ୍ଷମ ହେବ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ,ଅଧୀନକୁ ଆସିବେ ସବୁ ଆଇନ କଲେଜ

Advertisment
ତ୍ରିଶଙ୍କୁ ସ୍ଥିତିରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ

Careers360

ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ଆଇନ କଲେଜଗୁଡ଼ିକ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବେ। ଏପ୍ରିଲ ୨୮ରୁ ସମ୍ପୃକ୍ତ କଲେଜଗୁଡ଼ିକ ଯେଉଁ ବିଶ୍ବବିଦ୍ୟାଳୟ ଦ୍ବାରା ଅନୁବନ୍ଧିତ ଅଛନ୍ତି ସେଠାରୁ ଓହରିବେ ଏବଂ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଦ୍ବାରା ଅନୁବନ୍ଧିତ ହେବେ। ତେବେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଥିବା ଆଇନ କଲେଜଗୁଡ଼ିକୁ ଏହି ପ୍ରକ୍ରିୟାରୁ ବାଦ୍‌ ପଡ଼ିବେ। ସେମାନେ ପୂର୍ବଭଳି ଉକ୍ତ ବିଶ୍ବବିଦ୍ୟାଳୟ ଦ୍ବାରା ହିଁ ପରିଚାଳିତ ହେବେ। ୨୦୨୦ ମାର୍ଚ୍ଚ ୪ ଓ ଜୁନ୍‌ ୧୧ରେ ଜାରି ହୋଇଥିବା ବିଜ୍ଞପ୍ତି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe