ଭୋପାଳ ହାଇକୋର୍ଟରେ ପକ୍ଷ ରଖିଲା ଓଡ଼ିଶା : ସୁନ୍ଦରୀକୁ ନେବା ପାଇଁ ମଧ୍ୟପ୍ରଦେଶର ଅନାଗ୍ରହ!

Advertisment
ବଦଳିଯାଇଛି ‘ସୁନ୍ଦରୀ’ର ବ୍ୟବହାର, ପ୍ରାକୃତିକ ଉପାୟରେ କରୁଛି ଶିକାର

ଅନୁଗୁଳ : ବାଘୁଣୀ ‘ସୁନ୍ଦରୀ’କୁ ନେଇ ଭୋପାଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବାବେଳେ ଇତିମଧ୍ୟରେ ଓଡ଼ିଶା ସରକାର ନିଜ ପକ୍ଷ ରଖିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ବାଘୁଣୀ ସୁନ୍ଦରୀର ଭାଗ୍ୟ ଏବେ ଭୋପାଳ ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି। ତେବେ ମଧ୍ୟପ୍ରଦେଶ ସରକାର ବାଘୁରୀ ସୁନ୍ଦରୀକୁ ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୯ ଜୁନ୍ ୨୦୧୮ରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘ ବଂଶ ବିସ୍ତାର ପାଇଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା। ଦୀର୍ଘ ସମୟର ଯାତ୍ରା ପରେ ସାତକୋଶିଆ ରାଇଗୁଡ଼ା ଏନକ୍ଲୋଜରକୁ ଛଡ଼ାଯାଇଥିଲା। ସେଠାରେ ବେଶ୍ କିଛିଦିନ ରହିବା ପରେ ଅଗଷ୍ଟ ୧୭ ୨୦୧୮ରେ ଜଙ୍ଗଲରେ ଛଡ଼ାଯାଇଥିଲା। ହେଲେ ବାଘୁଣୀ ସୁନ୍ଦରୀ ଘଞ୍ଚ ଜଂଗଲରେ ରହିବା ପରିବର୍ତ୍ତେ ଗାଁ ମୁହାଁ ହୋଇଥିଲା। ଦୁଇ ଦୁଇ ଜଣ ମଣିଷ ମାରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟିକରପଡ଼ାରେ ଲଙ୍କାକାଣ୍ଡ ଏବଂ ଜାତୀୟ ରାଜପଥରେ ପୁଲିସ ସହ ଜନତାର ଖଣ୍ଡଯୁଦ୍ଧ ବି ହୋଇଥିଲା। ଏଭଳି ସ୍ଥିତିରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ରାଇଗୁଡ଼ାରେ ଏନକ୍ଲୋଜର ଭିତରେ ରଖାଯାଇଛି। ଏଭଳି ସ୍ଥିତିରେ ଗତ ଡିସେମ୍ବର ୨୦୧୯ରେ ଏନଟିସିଏ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ଦେବାକୁ ଓଡ଼ିଶା ସରକାରଙ୍କୁ କହିଥି‌ଲେ। ଓଡ଼ିଶା ସରକାର ଏ ଦିଗରେ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଥିଲେ। ହେଲେ ମଧ୍ୟପ୍ରଦେଶ ସରକାର ପ୍ରଥମେ ଏଥିପ୍ରତି ଅନାଗ୍ରହ ପ୍ରକାଶ କରିଥିଲେ। ଏନ୍‌ଟିସିଏ କିନ୍ତୁ ଶୀଘ୍ର ମଧ୍ୟପ୍ରଦେଶକୁ ବାଘୁଣୀ ସୁନ୍ଦରୀକୁ ଫେରାଇନେବା ଉପରେ ଗୁରୁତ୍ବାରୋପ କରିଥିଲେ। କାହ୍ନା ଜାତୀୟ ଉଦ୍ୟାନର ଘରେଲା ସେଣ୍ଟର ରଖିବା ପ୍ରସ୍ତାବ ଦିଆଯାଇଛି। ମଧ୍ୟପ୍ରଦେଶ ସରକାରଙ୍କ ବାଘୁଣୀ ସୁନ୍ଦରୀକୁ ନେବାରେ ଅନାଗ୍ରହ ପ୍ରକାଶ କରୁଥିବା ବେଳେ ଏପେଟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହିତ ସଂପୃକ୍ତ ଜଣେ ମହିଳା ସାମାଜିକ କର୍ମୀ ଏ ସଂକ୍ରାନ୍ତରେ ଭୋପାଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏହା ଉପରେ ଓଡ଼ିଶା ସରକାରଙ୍କ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଓଡ଼ିଶା ପକ୍ଷ ରଖିବା ପାଇଁ ନୋଟିସ୍ କରାଯାଇଥିଲା।

publive-image Free Press Journal

ଏ ସଂକ୍ରାନ୍ତରେ ଆର୍‌ସିସିଏଫ୍ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପରାଜ କରାଟଙ୍କୁ ପଚାରିବାରୁ ସେ କହି‌‌ଲେ, ଏହି ଜନସ୍ବାର୍ଥ ମାମଲ‌ାରେ ଓଡ଼ିଶା ସରକାରଙ୍କ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ସେ ଆମକୁ ରିପୋର୍ଟ ମାଗିଥିଲେ। ଆମେ ରିପୋର୍ଟ ପଠାଇବା ପରେ ସମ୍ଭବତଃ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଇତିମଧ୍ୟରେ ହାଇକୋର୍ଟଙ୍କଠାରେ ନୋଟିସ୍ ଉତ୍ତର ଦାଖଲ କରାଯାଇଛି ବୋଲି ଶ୍ରୀ କରାଟ କହିଛନ୍ତି। ଏନ୍‌ଟିସିଏ ବି ମଧ୍ୟପ୍ରଦେଶ ସରକାରଙ୍କୁ ସୁନ୍ଦରୀଙ୍କୁ ଇତିମଧ୍ୟରେ ଚିଠି କରିଥିଲେ।

ମଧ୍ୟପ୍ରଦେଶ ବନ ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ଫେବ୍ରୁଆରି ମାସରେ ଆସି ବାଘୁଣୀକୁ ଆସି ଦେଖିଯାଇଥିଲେ। ଲକ୍‌ଡାଉନ୍ କୋହଳ ହେବା ପରେ ବି ସେମାନେ ନେଉନାହାନ୍ତି ବୋଲି ଶ୍ରୀ କରାଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe