ସରକାରୀ ଜମିକୁ ମାଡ଼ି ବସିଛନ୍ତି ଜମି ମାଫିଆ!

ତହସିଲଦାରଙ୍କୁ ଦାବିପତ୍ର ଦେଲେ ପଞ୍ଚାୟତବାସୀ

ସରକାରୀ ଜମିକୁ ମାଡ଼ି ବସିଛନ୍ତି ଜମି ମାଫିଆ!

Housing

କୋମନା: କୋମନା ବ୍ଲକ ଟିକ୍ରାପଡ଼ା ଗାଁରେ ସରକାରୀ ଜମିକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ଜବରଦଖଲ ଉଚ୍ଛେଦ କରିବାକୁ ପଞ୍ଚାୟତବାସୀ ତହସିଲଦାରଙ୍କ ଦ୍ବାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଅଭିଯୋଗ ଅନୁସାରେ, ଟିକ୍ରାପଡ଼ା ପଞ୍ଚାୟତ ନିକଟରେ ଏକ ଏଏନ୍‌ଏମ୍‌ ସେଣ୍ଟର ରହିଥିବା ବେଳେ ପାଖରେ ସରକାରୀ ଜମିଅଛି। ସେଠାରେ ଏକ ଡାକ୍ତରଖାନା ସ୍ଥାପନ କରିବା ପାଇଁ ପଞ୍ଚାୟତବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ତରଫରୁ ଡାକ୍ତରଖାନା ନିର୍ମାଣ ପାଇ ଅର୍ଥ ମଞ୍ଜୁର ମଧ୍ୟ ହୋଇଛି। ହେଲେ ଉକ୍ତ ସରକାରୀ ଜମିକୁ କେତେକ ଜମି ମାଫିଆ ଜବରଦଖଲ କରି କୋଠା ନିର୍ମାଣ କରି ରହିଥିବାରୁ ଡାକ୍ତରଖାନା ନିର୍ମାଣରେ ବାଧା ଦେଖାଦେଇଛି। ଫଳରେ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଏନେଇ ସୋମବାର କୋମନା ତହସିଲଦାରଙ୍କୁ ଭେଟି ଜବରଦଖଲ ଉଚ୍ଛେଦ କରି ସେଠାରେ ଡାକ୍ତରଖାନା ନିର୍ମାଣ ପାଇ ଅନୁମତି ଦେବାକୁ ଲିଖିତ ଭାବେ ଦାବି କରିଛନ୍ତି। ଏ ସମ୍ପର୍କରେ କୋମନା ତହସିଲଦାର ପୂର୍ଣ୍ଣାନନ୍ଦ ପଟେଲଙ୍କୁ ପଚାରିବାରୁ ଏନେଇ ପଞ୍ଚାୟତବାସୀଙ୍କ ତରଫରୁ ଅଭିଯୋଗ ହୋଇଛି। ସ୍ଥାନୀୟ ଆରଆଇ ଏହାର ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe