ପାରଳାଖେମୁଣ୍ତି : ମାଫିଆ ଧରା ପଡ଼ୁଛନ୍ତି, ତଥାପି କମୁନି ଗଞ୍ଜେଇ ଚାଲାଣ

ଅର୍ଥଲୋଭ ଯୁବପିଢ଼ିଙ୍କୁ ନିଷିଦ୍ଧ ବେପାର ପ୍ରତି ଆକୃଷ୍ଟ କରୁଛି

କପଡ଼ା ବ୍ୟବସାୟ ଆଳରେ ଚୋରା ବେପାର, ୧୦ କେଜି ଗଞ୍ଜେଇ ସହ ବାଇକ୍‌ ଜବତ, ୨ ଗିରଫ

.sakaltimes.com

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାରେ ଦିନକୁ ଦିନ ନିଷିଦ୍ଧ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୁବକ ଏହି ବେପାରରେ ପଶୁଛନ୍ତି। ଆଇନ ଭୟ, କଡ଼ାକଡ଼ି ଚଢ଼ଉ ସତ୍ତ୍ବେ ସେମାନେ ଏହି କାରବାରରୁ ସ˚ପର୍କ ଛିନ୍ନ କରୁନାହାନ୍ତି। ମୋହନା, ରା.ଉଦୟଗିରି ବ୍ଲକରେ ମାଫିଆଙ୍କ ପ୍ରୋତ୍ସାହନରେ ବ୍ୟାପକ ଗ˚ଜେଇ ଚାଷ ହେଉଛି। ଏହାକୁ ବଜାରକୁ ଆଣି ଗ୍ରାହକଙ୍କ ନିକଟରେ ପହ˚ଚାଇବା ବର୍ତ୍ତମାନ ଗ˚ଜେଇ ମାଫିଆଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି। ପୁଲିସ ଏବ˚ ଅବକାରୀ ଗୁଇନ୍ଦା ସ˚ସ୍ଥା ଧରପଗଡ଼ ମିସନ୍‌ ଜୋର୍‌ଦାର୍‌ କରିଛନ୍ତି। ଜିଲ୍ଲାରେ ଗତ ୨ବର୍ଷ ମଧ୍ୟରେ ୧୦୦ରୁ ଅଧିକ ଗ˚ଜେଇ ବ୍ୟବସାୟୀଙ୍କୁ କାବୁ କରାଯାଇଛି। ତଥାପି ଗଞ୍ଜେଇ କାରବାର କମିନାହିଁ। ବେକାରୀ ସମସ୍ୟା ସହ ଅର୍ଥାଭାବ କାରଣରୁ ଯୁବପିଢ଼ି ଗଞ୍ଜେଇ ବେପାରୀଙ୍କ ପ୍ରଲୋଭନର ବଶବର୍ତ୍ତୀ ହେଉଛନ୍ତି। ଶତାଧିକ ଯୁବକ ଏହି ବେଆଇନ କାରବାରରେ ସଂପୃକ୍ତ ହେଉଛନ୍ତି।
ଦୁଇଦିନ ପୂର୍ବେ ବିଶାଖାପାଟଣା ବିମାନ ବନ୍ଦରରୁ ଏହି ବେଆଇନ କାରବାରର ଅନ୍ୟତମ ସୂତ୍ରଧର କୁହା ଯାଉଥିବା କୁଖ୍ୟାତ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ(୩୯) ଓ ଯୋସେଫ୍‌ ପାଣି(୨୩) ଗିରଫ ହୋଇଥିଲେ। ମୋହନା ଅ˚ଚଳର ଏହି ଯୁବକ ଦ୍ବୟଙ୍କ ବିରୋଧରେ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ମାମଲା ରହିଛି। ଗଜପତି ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଉଭୟଙ୍କୁ କାବୁ କରିଥିଲା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଭୟେ ବିଶାଖାପାଟଣାରୁ ବିମାନ ଯୋଗେ ନୂଆଦିଲ୍ଲୀ, ମୁମ୍ବାଇ କିମ୍ବା ଗୋଆ ଚାଲିଯିବା ପାଇଁ ଯୋଜନା କରିଥିଲେ।
ମୋହନା ବ୍ଲକ ରାଇପାଙ୍ଗା ଗ୍ରାମର ରାଧାକାନ୍ତ ନାୟକ କମାଣ୍ତର ଗାଡ଼ି ଚାଳକ ଥିଲେ। ପରେ ସ୍ଥାନୀୟ ଅ˚ଚଳରେ ଜଣେ ପେସାଦାର ଗଞ୍ଜେଇ ବ୍ୟବସାୟୀ ପାଲଟିଗଲେ। ସାଧାରଣ ଗଞ୍ଜେଇ ଚାଲଣକାରୀରୁ ଧୀରେ ଧୀରେ ବ୍ୟବସାୟ ବଢ଼ାଇ ଥିବା ଏହି କିଙ୍ଗ୍‌ପିନ୍‌ ବିଗତ କିଛି ବର୍ଷ ମଧ୍ୟରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର, କଟକ, ଭୁବନେଶ୍ବର ଓ ପୁରୀ ଇତ୍ୟାଦି ଅ˚ଚଳକୁ ଗ˚ଜେଇ ଯୋଗାଉଥିଲେ। ୨୦୦୦ ଟଙ୍କାର ଗ˚ଜେଇର ବଜାର ଦର ବର୍ତ୍ତମାନ ୫ ହଜାରରୁ ୧୦ ହଜାର। ଗରିବ ଯୁବକ ଯୁବତୀଙ୍କୁ ଟାର୍ଗେଟ୍‌ କରି ରାଧାକାନ୍ତ ତାଙ୍କ କାରବାର ଲମ୍ବାଇ ଚାଲି‌ଲେ। ତେବେ ଏ ସବୁ କାରବାର ପଛରେ କେତେକ ପୁଲିସ କର୍ମଚାରୀଙ୍କ ହାତ ଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe