ବିନା ଶ୍ରଦ୍ଧାଳୁରେ ହେବ ମାଘ ମେଳା

Advertisment
ଚନ୍ଦ୍ରଭାଗାରେ ମାଘମେଳା ବୁଡ଼ ବନ୍ଦ; ଆଜି ଅପରାହ୍ଣ ୪ରୁ କଟକଣା, ନୀତିକାନ୍ତିକୁ ଅନୁମତି

odishastory.com

କୋଣାର୍କ : ଚନ୍ଦ୍ରଭାଗା ମାଘମେଳା ପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କୋଭିଡ୍‌ କଟକଣା ଯୋଗୁ ଚଳିତବର୍ଷ ମାଘସପ୍ତମୀ ବୁଡ଼ ବିନା ଶ୍ରଦ୍ଧାଳୁରେ ସମାହିତ ହେବ। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା, ଏସଡିପିଓ ଦେବାଶିଷ ମିଶ୍ର, କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ଆକ୍ରିତି ଗୋଏଙ୍କା, ଗୋପ ତହସିଲଦାର ଏସ୍‌ କେ ନାଜିରଙ୍କ ସମେତ ନିମାପଡ଼ା ତହସିଲଦାର ଓ ବିଡିଓ ଉପସ୍ଥିତ ଥିଲେ।

ଚଳିତମାସ ୬ ତାରିଖ ଅପରାହ୍ନରୁ ୭ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପୁରାଣ ପ୍ରସିଦ୍ଧ ଉତ୍ସବକୁ ଚଳିତବର୍ଷ ମାତ୍ର ୫ ଶହ ଲୋକଙ୍କ ସମାଗମରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ତିନି ଠାକୁରଙ୍କୁ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ପରିସରରେ ଥିବା ମଣ୍ଡପ ବିଜେ କରାଯିବ। ତିନି ଠାକୁରଙ୍କ ସହିତ ସେବାୟତ, ପୁଲିସ ପ୍ରଶାସନର ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ଯିବାଲାଗି ଅନୁମତି ମିଳିବ। ବୈଠକରେ ମାଘମେଳାର ତିନି ଆରାଧ୍ୟ ଠାକୁରଙ୍କ ନୀତି ସଂପାଦନ, ମାହେନ୍ଦ୍ର ବେଳା ନିରୂପଣ, ଠାକୁର ମାନଙ୍କ ପୂଜାନୀତି , ଶାନ୍ତିଶୃଙ୍ଖଳା ରକ୍ଷା, ତୀର୍ଥ ପୁଷ୍କରିଣୀ ଖନନ ଆଦି ସଂପର୍କରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe