ମାଘମେଳା ପାଇଁ ନଦୁଆଁ ଉତ୍ସବମୁଖର

Advertisment
ମାଘମେଳା ପାଇଁ ନଦୁଆଁ ଉତ୍ସବମୁଖର

ଆନନ୍ଦପୁର: ଘସିପୁରା ବ୍ଲକ୍‌ ନଦୁଆଁ ଗ୍ରାମରେ ଥିବା ମହିମାଗାଦିରେ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହୋଇଛି। ଏଥିପାଇଁ ଗାଁ ଉତ୍ସବମୁଖର ହୋଇଉଠିଛି। ଆଜି ସକାଳେ ଅଖଣ୍ଡ ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଦିନତମାମ ଭଜନ, କୀର୍ତ୍ତନ କରାଯିବା ସହ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ବିଶେଷ କରି ଅମଣିଆ ପ୍ରସାଦ ନେବାପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ରଘୁବର ବାବାଙ୍କ ସ୍ମୃତି ମନ୍ଦିର ପ୍ରାଙ୍ଗଣରେ ଅଖଣ୍ଡ ବତି ପ୍ରଜ୍ବଳିତ ‌ହୋଇଥିଲା। ମହିମା ଅଲେଖ ଧ୍ବନିରେ ପୂରା ଗାଁ ପ୍ରକମ୍ପିତ ହୋଇଥିଲା।

ମହିମାଗାଦିର ମୁଖ୍ୟ ବାବା ଭାଗୀରଥି ଦାସଙ୍କ ତତ୍ତ୍ବାବଧାନରେ ପୁରୁଷୋତ୍ତମ ଦାସ, ଚିତ୍ତରଂଜନ ଦାସ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ସମେତ ଯାଜପୁର, ଭଦ୍ରକ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା। ମନ୍ଦିର ସମ୍ମୁଖରେ ଶହେରୁ ଅଧିକ ଷ୍ଟଲ୍‌ ପଡ଼ିଛି। ସରପଞ୍ଚ ବଳରାମ ସାହୁଙ୍କ ସମେତ କମିଟି ସଦସ୍ୟ ଗୋବର୍ଦ୍ଧନ ନାୟକ, ଚିତ୍ତରଂଜନ ବେହେରା, ନରୋତ୍ତମ ସାହୁ, କବି ‌ବେହେରା, ସୁଦୀପ ସାହୁ, ସାଇସତ୍ୟ ସାହୁ, ମାଧବ ବେହେରା, ଦିବାକର ପାତ୍ର, କେଶବ ଚନ୍ଦ୍ର ସାହୁ, କମଳ ଲୋଚନ ସାହୁ, ଚିନ୍ମୟ ସାହୁ, ପ୍ରଦୀପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe