ଭୁବନେଶ୍ୱର କୋର୍ଟରେ ଅଭାବନୀୟ ଘଟଣା: ଜାମିନ ଦେଲେନି ବୋଲି ମାଜିଷ୍ଟ୍ରେଟ୍‌ଙ୍କୁ ତାଲା ପକାଇଦେଲେ ଓକିଲ

Advertisment
ଭୁବନେଶ୍ୱର କୋର୍ଟରେ ଅଭାବନୀୟ ଘଟଣା: ଜାମିନ ଦେଲେନି ବୋଲି ମାଜିଷ୍ଟ୍ରେଟ୍‌ଙ୍କୁ ତାଲା ପକାଇଦେଲେ ଓକିଲ

ଭୁବନେଶ୍ୱର : ମହକିଲଙ୍କୁ ଜାମିନ ମିଳିଲାନି। ଏସଡିଜେଏମ୍ ଜାମିନ ଶୁଣାଣି କରି ଖାରଜ କରିଦେଲେ। ଏଥିରେ ରାଗିଗଲେ ଓକିଲ। ଆଉ ଏସଡିଜେଏମଙ୍କ କୋର୍ଟ ରୁମ୍‌ରେ ତାଲା ପକାଇ ଦେଇଥିଲେ। ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର କୋର୍ଟରେ। ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। କୋର୍ଟ ରୁମ୍‌ରେ ତାଲା ପକାଯିବା ଫଟୋ ଏବେ ହ୍ବାଟ୍‌ସଆପ୍‌ରୁ ହ୍ବାଟ୍‌ସଆପ୍‌କୁ ଘୂରି ବୁଲୁଛି। ତେବେ ଜିଲ୍ଲା ଜଜ୍‌ଙ୍କ ହସ୍ତକ୍ଷେପ ଯୋଗୁଁ ଘଟଣାର ସମାଧାନ ହୋଇଛି।

ଘଟଣାଟି ଥିଲା ଏମିତି। ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିବା ପରେ ସେ ଜେଲ୍ ଯାଇଥିଲେ। ତାଙ୍କ ବିରୋଧରେ ଆଇପିସିର-୪୯୮(ଏ) ସମେତ ଆହୁରି କେତେକ ଦଫା ଲାଗିଥିଲା। ଗୁରୁବାର ଦିନ ଏସଡିଜେଏମ୍‌ଙ୍କ କୋର୍ଟରେ ଏହି ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଥିଲା। ଅପରାହ୍ନ ପ୍ରାୟ ୨ଟାରେ ମାମଲାର ଶୁଣାଣି କରିବା ପରେ ଜାମିନ ଖାରଜ କରି ଦେଇଥିଲେ ମାଜିଷ୍ଟ୍ରେଟ୍। ଏହି ଘଟଣାକୁ ନେଇ ଅଭିଯୁକ୍ତଙ୍କ ଓକିଲ ତାତି ଯାଇଥିଲେ। କାହିଁକି ଜାମିନ ଖାରଜ କରାଗଲା ବୋଲି କହିବା ସହ ତାଙ୍କ ଚାମ୍ବର କବାଟରେ ତାଲା ପକାଇ ଦେଇଥିଲେ। ଏହା ସହିତ ‘ଏସଡିଜେଏମ୍ କୋର୍ଟ ଭୁବନେଶ୍ବର ବୟକଟ୍’ ବୋଲି କାଗଜରେ ଲେଖି କବାଟରେ ମାରି ଦେଇଥିଲେ। ତାଙ୍କ ସହ ଆଉ ଦୁଇ ତିନି ଜଣ ମିଶି ମାଜିଷ୍ଟ୍ରେଟଙ୍କ ବିରୋଧରେ ନାରାବାଜି କରଥିଲେ। ଏହି ଘଟଣା ପ୍ରଚାରିତ ହୋଇ ଯିବା ପରେ ଅନ୍ୟ ଓକିଲମାନେ ସେଠାରେ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ସହ ଆଲୋଚନା କରିଥିଲେ। ପରେ ସଂପୃକ୍ତ ଓକିଲକୁ ଡକାଯାଇ ଘଟଣାର ସମାଧାନ କରାଯାଇଥିଲା। ଏଭଳି ଘଟଣାକୁ ବହୁ ବରିଷ୍ଠ ଓକିଲ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe