କୋଟସମଲାଇରେ ୧୪୪ ବର୍ଷ ପାତାଳି ହୋଇଥିଲେ ମହାପ୍ରଭୁ

Advertisment

ପ୍ରତିଦିନ ନୂଆ ମାଟିହାଣ୍ଡିରେ ଲାଗେ ଭୋଗ

ପ୍ରତିଦିନ ନୂଆ ମାଟିହାଣ୍ଡିରେ ଲାଗେ ଭୋଗ

କୋଟସମଲାଇରେ ୧୪୪ ବର୍ଷ ପାତାଳି ହୋଇଥିଲେ ମହାପ୍ରଭୁ

ସୋନପୁର: ମାଦଳା ପାଞ୍ଜି ଅନୁଯାୟୀ, କଳାପାହାଡ଼ର ଅତ୍ୟାଚାର ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ କୋଟସମ‌ଲାଇସ୍ଥିତ ତ୍ରିକୁଟ ପାହାଡ଼ରେ ୧୪୪ ବର୍ଷ ପାତାଳି ହୋଇଥିଲେ। ଏବେବି କୋଟସମଲାଇସ୍ଥିତ ପର୍ବତମାଳାର ଦାରୁକୋଣସ୍ଥ ଜଗନ୍ନାଥ ଗୁମ୍ଫା, ଚନ୍ଦଲି ପାହାଡ଼ସ୍ଥ ମାଧବ ଗୁମ୍ଫା ଓ ଧ୍ବଜା ପାହାଡ଼ସ୍ଥ ଧ୍ବନିଗୁମ୍ପା ଆଦିରେ ଜଗନ୍ନାଥଙ୍କ ପୂଜା ସମ୍ବନ୍ଧୀୟ ପ୍ରତ୍ନତାତ୍ତ୍ବିକ ଅବଶେଷ ରହିଛି।

ମାଧବ ଗୁମ୍ଫାରେ ଜଗନ୍ନାଥଙ୍କ ଉତ୍କୀର୍ଣ୍ଣ ଚିତ୍ର ପରିଦୃଷ୍ଟ ହୋଇଥିବା ବେଳେ ଧ୍ବନିଗୁମ୍ଫାରେ ଅନନ୍ତ ବାସୁକୀ ନାଗଙ୍କ ଘୁଙ୍ଗୁଡ଼ି ଶବ୍ଦ ପ୍ରତିଧ୍ବନିତ ହୋଇଥାଏ। ସେହିପରି କୋଟସମଲାଇସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରତିଦିନ ଶ୍ରୀକ୍ଷେତ୍ର ପରି ନୂଆ ମାଟିହାଣ୍ଡିରେ ଭୋଗ ଲାଗୁଛି। ଏବେବି ମନ୍ଦିର ଭିତରେ ଦଣ୍ଡାୟମାନ କାଷ୍ଠନିର୍ମିତ ଗରୁଡ଼ସ୍ତମ୍ଭ ପ୍ରାଚୀନ ପରମ୍ପରାକୁ ବଜାୟ ରଖିଛି। ସେହିଦିନଠାରୁ କୋଟଦସମ‌ଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କର ଲୀଳାଭୂମି ଭାବେ ପ୍ରସିଦ୍ଧି ଲାଭ କରିଛି। ତେବେ, ବହୁବର୍ଷ ପରେ ଅର୍ଥାତ୍‌ ୨୦୦୩ ମେ ୫ ତାରିଖ ଦିନ ଓଡ଼ିଶା ସରକାର ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ। ତା’ପରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଚତୁର୍ଦ୍ଧା ବିଗ୍ରହ ନିର୍ମାଣ କରାଇ ଏଠାକୁ ପଠାଯାଇଥିଲା ଏବଂ ୨୦୧୧ ଫେବ୍ରୁଆରି ମାସ ୭ ତାରିଖରେ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା।

ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଦ୍ବାରା ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ଠାକୁରମାନଙ୍କୁ ପୂଜାର୍ଚ୍ଚନା କରାଯାଉଛି। ସେହିପରି ୨୦୧୨ ଜୁଲାଇ ୫ ତାରିଖରେ ଗଜପତି ମହାରାଜାଙ୍କ ଦ୍ବାରା ତ୍ରିକୁଟ ପାହାଡ଼ ପାଦଦେଶରେ ପୁରୀ ଢାଞ୍ଚାରେ ଏକ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଠାରେ ପ୍ରଭୁଙ୍କ ନୀତିକାନ୍ତି ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe