ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

Advertisment
ବର୍ଷକରେ ସରିବ ଏକାମ୍ରକ୍ଷେତ୍ର ଯୋଜନା : ଲିଙ୍ଗରାଜ ମନ୍ଦିରରୁ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ଶିବରାତ୍ରିରେ ଏକାଠି ୨ ଲକ୍ଷ ଶ୍ରଦ୍ଧାଳୁ ଦେଖିପାରିବେ  ମହାଦୀପ

Odisha News Insight

ଭୁବନେଶ୍ୱର: ଲକ୍ଷ ଲକ୍ଷ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟି ରାତି ୧୨.୩୦ ସମୟରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ଉଠିଲା । ନିର୍ଦ୍ଧାରିତ ସମୟ ଠାରୁ ୨ଘଣ୍ଟା ୩୦ମିନିଟ୍‌ ବିଳମ୍ବରେ ମହାଦୀପ ଉଠିଲା । ଦୀପ ଉଠିବା ସମୟରେ ‘ହର ହର ମହାଦେବ’ ଧ୍ୱନୀରେ କମ୍ପି ଉଠୁଥିଲା ଏକାମ୍ର କ୍ଷେତ୍ର । ଆଜି ସକାଳୁ ଶିବରାତ୍ରୀ ଉପଲକ୍ଷେ ଶବ୍ୟପୀଠ ଗୁଡିକରେ ଶ୍ରଦ୍ଧାଲୁଙ୍କ ଭିଡ ଦେଖିବାକୁ ମିଲିଥିଲା । ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିଲା । ସକାଳୁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଦୀପ ଉଠିବା ପଯ୍ୟର୍ନ୍ତ ଭକ୍ତମାନେ ମନ୍ଦିର ଭିତରକୁ ଯିବା ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ । ମହାଶିବରାତ୍ରୀରେ ବ୍ରତ ରଖିଥିବା ଶ୍ରଦ୍ଧାଳୁ ମାନେ ମାହାଦୀପ ଉଠିବା ପରେ ନିଜର ବ୍ରତ ଭଙ୍ଗ କରଥିଲେ । ଏହି ବର୍ଷ ବିନା ବାଧାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ସବୁ କାଯ୍ୟର୍ ଠିକ୍‌ଭାବେ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe