କୋଭିଡ୍‌ କଟକଣାରେ ଚଳିତଥର ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି

କୋଭିଡ୍‌ କଟକଣାରେ ଚଳିତଥର ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି

ଭୁବନେଶ୍ବର: କୋଭିଡ୍‌-୧୯ କଟକଣାରେ ଚଳିତ ଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ ହେବ। ରାତି ୧୦ଟାରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ।  ଟ୍ରଷ୍ଟର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ବୈଠକରେ ଅନ୍ୟ ଗୁରୁୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଶାନ୍ତିଶୃଙ୍ଖଳାରେ ଜାଗର ଯାତ୍ରା ସଂପନ୍ନ କରାଯିବ। ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଉପସ୍ଥିତିରେ ମହାଶିବରାତ୍ରି ପାଇଁ ଏକାଧିକ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍‌ର ୩ୟ ଲହର ହ୍ରାସ ପାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଥିବାରୁ ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖ ଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କରୋନା କଟକଣା ନେଇ ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଏମ୍‌ଏସ୍‌ ଆଦେଶନାମା ଜାରି କରିଛି।

ଆଦେଶନାମାରେ କୁହାଯାଇଛି ଯେ, ଯେଉଁମାନେ କରୋନା ଟିକାର ଉଭୟ ଡୋଜ୍‌ ନେଇ ସାରିଥିବେ, ସେମାନେ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ କରିପାରିବେ। ଚଳିତ ମାସ ୧୨ ତାରିଖ ଠାରୁ ଶ୍ରୀଲିଙ୍ଗରାଜ ସମେତ ଭୁବନେଶ୍ୱରରେ ଥିବା ଅନ୍ୟ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିବ। ଧର୍ମାନୁଷ୍ଠାନ ଗୁଡ଼ିକରେ କୋଭିଡ-୧୯ ଗାଇଡଲାଇନ୍‌ ପାଳନ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe