ଢେଙ୍କାନାଳରେ ମହାବଳ! ଛତିଶଗଡ଼ରୁ ଆସି ଓଡ଼ିଶାରେ ଘୂରି ବୁଲୁଛି

ଅନୁଗୁଳରେ ମହାବଳ ବାଘର ପାଦ ଚିହ୍ନ ମିଳିବା ପରେ ସତର୍କ ‌ହୋଇଛି ବନବିଭାଗ। ବାଘର ଗତିବିଧି ଜାଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିଲେ ହେଁ ବାଘର କିଛି ଟେର୍‌ ମିଳୁନି। ଅପରପକ୍ଷରେ ଢେଙ୍କାନାଳ ବନଖଣ୍ଡରେ ଏକ ଗାଈକୁ ବନ୍ୟପ୍ରାଣୀ....

dgaddaggadvvzc

ଅନୁଗୁଳ: ଅନୁଗୁଳରେ ମହାବଳ ବାଘର ପାଦ ଚିହ୍ନ ମିଳିବା ପରେ ସତର୍କ ‌ହୋଇଛି ବନବିଭାଗ। ବାଘର ଗତିବିଧି ଜାଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିଲେ ହେଁ ବାଘର କିଛି ଟେର୍‌ ମିଳୁନି। ଅପରପକ୍ଷରେ ଢେଙ୍କାନାଳ ବନଖଣ୍ଡରେ ଏକ ଗାଈକୁ ବନ୍ୟପ୍ରାଣୀ ଆକ୍ରମଣ କରିଥିବାରୁ ବାଘ ଢେଙ୍କାନାଳ ସୀମାକୁ ଚାଲି ଯାଇଥିବା ସନ୍ଦେହ କରାଯାଉଛି। ଛତିଶଗଡ଼ରୁ ପଳାଇ ଆସିଥିବା ଏହି ମହାବଳ କିଛି ଦିନ ହେଲା ଓଡ଼ିଶାରେ ଘୂରି ବୁଲୁଛି। ବଣାଇ, ଦେବଗଡ଼ ଦେଇ ଏହି ବାଘଟି ଗତ ୩୦ ତାରିଖରେ ଅନୁଗୁଳ ଜିଲ୍ଲା ସୀମାକୁ ଆସିଥିବା ସନ୍ଦେହ କରାଯାଉଛି। ଛେଣ୍ଡିପଦା ବନାଞ୍ଚଳର କଙ୍କୁରପାଳ ଜଙ୍ଗଲରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏହା ପରେ ବନବିଭାଗ ଏକାଧିକ ଟିମ୍‌ ଗଠନ କରି ବାଘର ଗତିବିଧି ଜାଣିବାକୁ ଚେଷ୍ଟା କରିଥିଲା।

ଛତିଶଗଡ଼ରୁ ଆସି ଓଡ଼ିଶାରେ ଘୂରି ବୁଲୁଛି
ଛେଣ୍ଡିପଦା ବନାଞ୍ଚଳରେ ଦେଖିବାକୁ ମିଳିଥିଲା ପାଦଚିହ୍ନ
ବାଘର ଗତିବିଧି ଉପରେ ନଜର ରଖିଛନ୍ତି ଏକାଧିକ ଟିମ୍‌

ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ମଧ୍ୟ ଖଞ୍ଜାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ବାଘକୁ ଠାବ କରାଯାଇ ପାରିନି। ଅନ୍ୟପକ୍ଷରେ ଆଜି ଢେଙ୍କାନାଳ ଜିଲ୍ଲାର ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଗୋଟିଏ ପ୍ରାଣୀକୁ ଶିକାର ହୋଇଥିବା ସୂଚନା ମିଳିଛି। ଏଣୁ ମହାବଳ ଢେଙ୍କାନାଳ ଜିଲ୍ଲାକୁ ପଳାଇ ଯାଇଥିବା ସନ୍ଦେହ କରାଯାଉଛି। ଅନୁଗୁଳ ଓ ଢେଙ୍କାନାଳ ବନଖଣ୍ଡର ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ଅନୁଗୁଳ ଡିଏଫ୍‌ଓ ନୀତୀଶ କୁମାର କହିଛନ୍ତି, ମହାବଳ ବାଘ ଏଠାରେ କିଛି ଶିକାର କରିନି। ବାଘ ଏତେ ଦିନ ଭୋକରେ ରହି ପାରିବ ନାହିଁ। ଏଣୁ ବାଘ ବାହାର ଜିଲ୍ଲାକୁ ଚାଲି ଯାଇଥିବା ଅନୁମାନ କରୁଛୁ। ତଥାପି ଛେଣ୍ଡିପଦା, କଣିହାଁ ଅଞ୍ଚଳରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe