ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ: ଶିମିଳିପାଳରୁ ପହଞ୍ଚିଲେ ସ୍ବତନ୍ତ୍ର ଟିମ୍

Advertisment

ଦୁଇମାସ ପରେ ପୁଣି ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଫେରିଛି ମହାବଳ ବାଘ। ଏହି ବାଘଟି ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବରବରା ଜଙ୍ଗଲରେ ଗତ କିଛିଦିନ ହେଲା ଚଳପ୍ରଚଳ ଜାରି ରଖିଥିଲା।

ଦୁଇମାସ ପରେ ପୁଣି ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଫେରିଛି ମହାବଳ ବାଘ। ଏହି ବାଘଟି ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବରବରା ଜଙ୍ଗଲରେ ଗତ କିଛିଦିନ ହେଲା ଚଳପ୍ରଚଳ ଜାରି ରଖିଥିଲା।

tiger1

ବେଲଗୁଣ୍ଠା: ଦୁଇମାସ ପରେ ପୁଣି ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଫେରିଛି ମହାବଳ ବାଘ। ଏହି ବାଘଟି ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବରବରା ଜଙ୍ଗଲରେ ଗତ କିଛିଦିନ ହେଲା ଚଳପ୍ରଚଳ ଜାରି ରଖିଥିଲା। କିଛି ଦିନ ହେଲା ବାଘଟି ଉତ୍ତର ଘୁମୁସର ବନଖଣ୍ଡର ଗାଙ୍ଗପୁର ବନାଞ୍ଚଳ ମାଳତି ପାହାଡ଼ ଇଲାକାରେ ବୁଲୁଥିବା ଜଣାପଡ଼ିଛି। ଗତକାଲି ଏକ ଗୟଳକୁ ଶିକାର କରିବା ପରେ ସ୍ଥାନୀୟ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି। ଏପରିକି ଗାଙ୍ଗପୁର ପଞ୍ଚାୟତ ବାଲିପାଟ ଗ୍ରାମର କିଛି ଗା‌ଈଗୋରୁଙ୍କୁ ବାଘ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଶିମିଳିପାଳରୁ ଏକ ସ୍ବତନ୍ତ୍ର ବାଘଧରାଳି ଟିମ୍ ମାଳତିରେ ପହଞ୍ଚିଛନ୍ତି। ଶିକାର ପାଇଁ ଗତକାଲି କିଛି କୁକୁଡ଼ାକୁ ଗଛମୂଳରେ ବନ୍ଧାଯାଇଥିଲା। କିନ୍ତୁ ବାଘ ଆସି ନଥିଲା। 

ଆଜି ଗୟଳର ଶବ ପଡ଼ିଥିବା ଅଳ୍ପ ଦୂରରେ ତଥା ବାଲିପାଟ ଗ୍ରାମଠୁ ୨ କିଲୋମିଟର ଦୂରରେ ବନ ବିଭାଗ କର୍ମଚାରୀ ଜଗି ରହିଛନ୍ତି। କାରଣ ବାଘ ବାସିମାଂସ ଖାଇବା ପାଇଁ ଆସିବାର ସମ୍ଭାବନା ରହିଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁଶେଖର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ବନପାଳ ମିତା ପଲେଇଙ୍କ ସମେତ ଗାଙ୍ଗପୁର, ଭଞ୍ଜନଗର ଓ ମୁଜାଗଡ଼ ରେଞ୍ଜ୍‌ର କର୍ମଚାରୀ ଏବଂ ଶିମିଳିପାଳ ବାଘଧରାଳି ଟିମ୍  ଜଗି ରହିଛନ୍ତି। ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ନଛାଡ଼ିବା ଲାଗି ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। ବାଘଟି ଦୁଇରୁ ତିନିଦିନ ହେବ ଲାଠିପଡ଼ା ନିକଟ ତିନିଖଣ୍ଡିଆ-ରଗଡ଼ା ଜଙ୍ଗଲରେ ଗତିବିଧି ଜାରି ରଖିଛି। ଫଳରେ ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ପଞ୍ଚାୟତ, ଧରାକୋଟ ବ୍ଲକ୍ ଝାଡ଼ବନ୍ଧ ପଞ୍ଚାୟତ, ସୋରଡ଼ା ବ୍ଲକ୍‌ର କୁଲାଙ୍ଗି, ଲାଠିପଡ଼ା ସମେତ ୨୮ରୁ ୩୦ ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। 

ସୂଚନାଥାଉକି, ଗତ ୮ ମ‌ାସ ହେଲା ଘୁମୁସର ବନଖଣ୍ଡରେ ମହାବଳ ବାଘର ଗତିବିଧିକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉନି। ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଗାଈଗୋରୁ, ମଇଁଷି, ଛେଳି ଆଦି ଗୃହପାଳିତ ପଶୁଙ୍କୁ ମାରି ଖାଉଥିବା ନେଇ ଏକାଧିକ ଅଭିଯୋଗ ସାମ୍‌ନାକୁ ଆସିଛି। କିନ୍ତ ଏଯାଏ ବନ ବିଭାଗ ବାଘର କୌଣସି ସୁରାକ୍ ପାଇପାରୁନି। ଯେଉଁଠି ଗୃହପାଳିତ ପଶୁଙ୍କ ଶବ ମିଳୁଛି, ସେଠାରେ ଟ୍ରାପ୍ କ୍ୟାମେରା ଲଗାଯାଉଛି। ଏହାସହ ପାଟ୍ରୋଲିଂ ବି ହେଉଛି। ତଥାପି କୌଣସି ସୁଫଳ ମିଳୁନି। ଏହାମଧ୍ୟରେ ୧୭ ଜଣ ଗୋପାଳକ ଓ ଚାଷୀଙ୍କୁ ଗୃହପାଳିତ ପଶୁ ମୃତ୍ୟୁ ବାବଦରେ କ୍ଷତିପୂରଣ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe